ଚଇତାଳି 2024 ନିମନ୍ତେ ଲେଖା ପଠାଇବା ଶେଷ ତାରିଖ ଆସନ୍ତା 10/12/2024

ଚଇତାଳି 2024 ନିମନ୍ତେ ଲେଖା ପଠାଇବା ଶେଷ ତାରିଖ ଆସନ୍ତା 10/12/2024

ରାୟଗଡା :ଚଳିତ ବର୍ଷ ଚଇତି-2024 ଏବଂ ପଲିଶ୍ରୀ ମେଳା 2024 ରାୟଗଡ ଜିଳ୍ଲା ସଦର ମହକୁମାସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ସରକାରୀ ବିଦ୍ୟାଳୟ ପଡିଆ ଠାରେ ଆସନ୍ତା ୨୬ ଡିସେମ୍ବର ଠାରୁ ୩୦ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।କୁ ଯାଉଛି । ଏହି ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ଚଇତି ସ୍ମରଣିକା ‘ଚଇତାଳି’ ପ୍ରକାଶନ ପାଇଁ ସ୍ଥିର କରିଅଛି । ଏହି ସ୍ମରଣିକାରେ ଆମ ଜିଲ୍ଲା ର କଳା ସଂସ୍କୃତି ଓ ପରମ୍ପରା ଉପରେ ସ୍ଵରଚିତ ଲେଖା ଦେବାପାଇଁ ରାୟଗଡ଼ ର ଜନସାଧାରଣଙ୍କୁ ଆମନ୍ତ୍ରଣ କରାଯାଉଛି । ଆପଣମାନଙ୍କ ଲେଖା ସ୍ମରଣିକାର ଗୁରୁତ୍ୱକୁ ବୃଦ୍ଧି କରିବ ଏବଂ ଏହାକୁ ଲୋକାଭିମୁଖୀ କରିବାରେ ସାହାଯ୍ୟ କରିବ । ଆପଣଙ୍କୁ ଅନୁରୋଧ ଦୟାକରି ଆପଣଙ୍କର ମୂଲ୍ୟବାନ ସମୟ ଦେଇ ଚଇତାଳି ସ୍ମରଣିକା ନିମନ୍ତେ ଓଡିଆ, ଇଂରାଜୀ, ହିନ୍ଦୀ କିମ୍ବା ତେଲୁଗୁ ଭାଷାରେ ଲେଖା ପ୍ରଦାନ କରିବା ହେବେ । ଆପଣଙ୍କର ଲେଖା ପହଞ୍ଚିବାର ଶେଷ ତାରିଖ ୧୦.୧୨.୨୦୨୪ । ଲେଖା ପଠାଇବା ନିମନ୍ତେ ଏହି ବ୍ୟକ୍ତିବିଶେଷଙ୍କୁ ଯୋଗାଯୋଗ କରନ୍ତୁ lବିଜୟ କାମ୍ବା- ବରିଷ୍ଠ ରାଜସ୍ୱ ସହାୟକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼- ୯୯୩୭୭୧୮୪୮୨ I ଦୁର୍ଗାପ୍ରସାଦ ସ୍ଵାଇଁ- ଡାଟା ଏଣ୍ଟ୍ରି ଅପରେଟର, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼- ୯୪୩୭୮୧୯୫୦୯ ଙ୍କୁ ଯୋଗାଯୋଗ ନିମନ୍ତେ ସ୍ମାରଣିକା ଉପସମିତି ପକ୍ଷରୁ ନିବେଦନ କରାଯାଇଛି l

Leave a Reply

Your email address will not be published. Required fields are marked *