ଘୁ.ଉଦୟଗିରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମେଳା ଅନୁଷ୍ଠିତ

ଘୁ.ଉଦୟଗିରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମେଳା ଅନୁଷ୍ଠିତ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଘୁ.ଉଦୟଗିରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ତହସିଲଦାର ତଥା ତହସିଲ ସ୍ତରୀୟ ମନିଟରିଙ୍ଗ କମିଟିର ଅଧ୍ୟକ୍ଷ ରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ୨୦୦୮ ମସିହାରୁ ଦାବି କରିଥିବା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ଘୁ. ଉଦୟଗିରି ବ୍ଲକର କଳିଙ୍ଗା, ତଲାରିମାହା, ମାଲିକାପଡ଼ି, ଲିଙ୍ଗାଗଡ, ଗ୍ରେସିଙ୍ଗିଆ, ରାଇକଲା ଓ ରଟିଙ୍ଗିଆ ପଞ୍ଚାୟତର ୩୨୨ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମନୋଜ କୁମାର ଦେବତ, ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ରୋଜାଲିନ ନାୟକ, ଏ ସି ଏଫ୍, କାଜଲ ବେହେରା, ୮ଟି ସରପଞ୍ଚମାନେ ଉପସ୍ଥିତ ଥିବାବେଳେ ସୁପର ଭାଇଜର, ରାଜସ୍ବ ନୀରିକ୍ଷକ, ଅତିରିକ୍ତ ରାଜସ୍ବ ନୀରିକ୍ଷକ, ଅମିନ, ଏଫ୍ ଆର ସେଲ ସଂଯୋଜିକା, ଏମ ଆଇ ଆସିଷ୍ଟାଣ୍ଟ ଓ ବସୁନ୍ଧରାର ସଂଯୋଜକ ହୃଷିକେଶ ପ୍ରଧାନଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *