ଘାଟି ଓଲଟିଲେ ଭ୍ୟାନ ୨ ମୃତ୍ୟୁ ସହ ଜଣେ ଆହତ ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଆର,ଉଦୟଗିରି କାନକଟା ଘାଟିରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଦୁଇ ଜଣ ହେଲେ ପାତ୍ରପୁର ବ୍ଳକ ଖାରିଆଗୁଡା ପଞ୍ଚାୟତର ଚାଳକ ସୁଶାନ୍ତ ସାହୁ ଏବଂ କୁରେଶ ବଡତ୍ୟା ବୋଲି ଜଣା ପଡିଛି। ଆହତ ଜଣକ ସେହି ଗ୍ରାମର ପ୍ରମୋଦ କୁମାର ସାହୁ ଅଟନ୍ତି। ଗଜପତି ଜିଲ୍ଲା ରାମଗିରି ଅଞ୍ଚଳରୁ ଏକ ପିକ୍ଆପ ଗାଡିରେ ଆମ୍ବା ବୋଝେଇ କରି ଫେରୁଥିବା ବେଳେ କାନକଟା ଘାଟିରେ ଭାରସାମ୍ୟ ହରାଇ ଗାଡିଟି ଏକ ଗାତ ମଧ୍ୟକୁ ଖସି ପଡି ଥିଲା । ଖବର ପାଇଁ ସ୍ଥାନୀୟ ଜଣ ସାଧାରଣ ଓ ଖାରିଆଗୁଡା ଫାଣ୍ଡି ଅଧିକାରୀ ସୁରେଶ ଚନ୍ଦ୍ର ମୁର୍ମୁ ସଦଳେବଳେ ପହଞ୍ଚି ଜେସିବି ଦ୍ବାରା ଗାଡି ତଳେ ଚାପହୋଇ ରହିଥିବା ଦୁଇ ଜଣଙ୍କୁ ଉଦ୍ଧାରକରି ଥିବା ଜଣାପଡିଛି । ପୁଲିସ ଦୁହିଁଙ୍କ ମୃତ ଦେହ ଜବତ କରିବ୍ୟବଚ୍ଚେଦ ପାଇଁ ପଠେଇଛି । ଯାହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ପାଠ ଯାଇଛି ।
Related Posts

ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ।
ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର । ଗଜପତି, ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର (ନିଶାନ ଶାଲୋମ ଚିଲ୍ଡ୍ରେନ ହୋମ) ରଣିପେଟାଠାରେ…

ମୋହନା ଅଞ୍ଚଳରେ ଆଡମ୍ବର ସହ ରଥ ଯାତ୍ରା ପାଳିତ ।
ମୋହନା ଅଞ୍ଚଳରେ ଆଡମ୍ବର ସହ ରଥ ଯାତ୍ରା ପାଳିତ । ଆର, ଉଦୟଗିରି(ମନୋଜ କୁମାର ପାଢୀ/୭/୭/ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା, ଚନ୍ଦ୍ରଗିରି ଅଞ୍ଚଳରେ ଆଡମ୍ବର ସହ ରଥ…

ଆର,ଉଦୟଗିରି ଓ ମୋହନା ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାରେ
ଆର,ଉଦୟଗିରି ଓ ମୋହନା ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାରେ ଆର,ଉଦୟଗିରି (ମନୋଜ କୁମାର ପାଢୀ/୧୭/୭/ :ଆଦିବାସୀ ବହୁଳ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଅନେକ ସରକାରୀ ଜମି…