ଗ୍ରେସିଙ୍ଗିଆ ଠାରେ ଦୁଇଦିନିଆ ରାଜ୍ୟ ସ୍ତରୀୟ ସିପକ ଟ୍ରାକୋ ଟୁର୍ନାମେଣ୍ଟ ଉଦଯାପିତ…
କନ୍ଧମାଳ -3/1(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟ ଗ୍ରେସିଙ୍ଗିଆ ଠାରେ ଜାନୁଆରୀ ୩ ଓ ୪ ଦୁଇଦିନ ବ୍ୟାପୀ ୨୩ ତମ ରଜ୍ୟ ସ୍ତରୀୟ ସିପକ ଟ୍ରlକୋ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଜି ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ lଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ରେଫରୀ ମହମଦ ଗୁଲଫlମ, ବ୍ରଜ ମୋହନ ସାହୁ, ନିରୋଦ କୁମାର ସ୍ୱାଇଁ,ଜାତୀୟ ସ୍ତରୀୟ ରେଫରୀ ବ୍ରଜବନ୍ଧୁ କାଣ୍ଡି, କିରଣଶିଲା ବlର୍ଲା,ରାମ ଚନ୍ଦ୍ର ବାରିକ, ଗୌରାଙ୍ଗ ଚରଣ ନାୟକ,ଅଫିସ ସେକ୍ରେଟେରୀ ଓସ୍ତା, ବିଶ୍ୱନାଥ ମିଶ୍ର ଜାତୀୟ ସ୍ତରୀୟ ରେଫରୀ ଓ ଜାତୀୟ କୋଚ ଲଲାଟେନ୍ଦୁ ସ୍ୱାଇଁ,ଯୋଗ ଦେଇ ଖେଳ କୁ ସୁଚାରୁରୂପେ ପରିଚାଳନା କରିଥିଲେ lଏହି ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟରେସୁନ୍ଦର ଗଡ଼, ରାୟଗଡା, କେଉଁଝର, କଟକ, ଜଗତସିଂହପୁର, କନ୍ଧମାଳ, ପୁରୀ, କିସ ଓ କିଟ ଭୁବେନଶ୍ୱର ରୁ ୮ ଟି ବାଳକ ଓ ୬ ଟି ବାଳିକା ଦଳ ଅଂଶ ଗ୍ରହଣ କରିଥିଲେ lରାଜ୍ୟ ସିପକ ଟ୍ରlକୋ ଏସସୋସିଏସନ ଓ କନ୍ଧମାଳ ସିପକ ଟ୍ରlକୋ ଏସସୋସିଏସନ ର ମହମଦ ଜ଼ିଆଉଁଦିନ,ଗ୍ରେସିଙ୍ଗିଆ ପଂଚାୟତ ସରପଞ୍ଚ ଶ୍ରୀମତୀ ତ୍ରିଶାଳା ପ୍ରଧାନ, କ୍ରୀଡ଼ାପ୍ରେମୀ ସଚିନ ପ୍ରଧାନ ଙ୍କ ମିଳିତ ସହଯୋଗ ରେ ସଫଳତାର ସହ ଆୟୋଜିତ ହୋଇଥିଲା lଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଓ ୟୁ ଯେ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ବେହେରା, ସମାଜ ସେବୀ ପ୍ରସନ୍ନ କୁମାର ସ୍ୱାଇଁ ଦ୍ୱିତୀୟ ପର୍ଯ୍ୟାୟ ଖେଳ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଆସନ୍ତା କାଲି ଉଦଯାପିତ ହେବ l
