ଗ୍ରାହକ ସୁବିଧା ନିମନ୍ତେ ସ୍ମାର୍ଟ୍ ୱାର୍କଶୋପ ଉଦଘାଟିତ

ଗ୍ରାହକ ସୁବିଧା ନିମନ୍ତେ ସ୍ମାର୍ଟ୍ ହୋଣ୍ଡା ୱାର୍କଶୋପ ଉଦଘାଟିତ

ରାୟଗଡା ସହରର ନାମୀ ବ୍ରାଣ୍ଡର ବାଇକ ହୋଣ୍ଡା ଶୋ ରୁମର ଗ୍ରାହକ ଚାହିଦା ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ହୋଣ୍ଡା ପ୍ରକଳ୍ପ ତରଫରୁ ଗ୍ରାହକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଗ୍ରାହକ ସୁବିଧା ନିମନ୍ତେ ଡିଜିଟାଲ ୱାର୍କ୍ ସୋପ ସୁବିଧା ପ୍ରଦାନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ହୋଣ୍ଡା ମୋଟରସ ପ୍ରକଳ୍ପ ସାଉଥ୍ ଜୋନ ଅଧିକାରୀ ଜ୍ଞାନେଶ୍ୱର୍ କୁମାର ଫିତା କାଟି ଡିଜିଟାଲ ସ୍ମାର୍ଟ ୱାକ ସୋପ ଉଦଘାଟନ କରି ଥିଲେ। ତାଙ୍କୁ ପ୍ରଥମେ ପୁଷ୍ପ ଗୁଛ ଓ ଉତାରି ଦେଇ ରାୟଗଡା ହୋଣ୍ଡା ଶୋ ରୁମର ମାଲିକ ଶ୍ରୀମତୀ ରାଲି ସୁଜାତା ସ୍ବାଗତ ସମ୍ବର୍ଧନା ଜଣାଇ ସ୍ବାଗତ ଜଣାଇଥିଲେ। ସେ ଦ୍ଵିପ ପ୍ରଜ୍ବଳନ କରି ଫିତା କାଟି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ୱାରକ ସୋପ୍ ର କର୍ମଚାରୀ ମାନଙ୍କୁ ଡିଜିଟାଲ ସ୍ମାର୍ଟ କମ୍ପ୍ୟୁଟର ସଞ୍ଚାଳନ ବିଶୟରେ ବିସ୍ତୃତ ଆଲୋଚନା କରି କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ସେ ସ୍ମାର୍ଟ୍ ସୋପର ପରିଚାଳନା ସମ୍ବନ୍ଧୀୟ ଟ୍ରେନିଙ୍ଗ ଦେଇଥିଲେ।ଏହି ସ୍ମାର୍ଟ୍ ୱାର୍କ ଶୋପ ଯୋଗୁଁ ଗ୍ରାହକ ମାନଙ୍କୁ ଅନେକ ଗୁଡ଼ିଏ ସୁବିଧା ଓ ସୁଯୋଗ ମିଳିବାର ସମ୍ଭାବନା ରହିଛି ବୋଲି ସୂଚନା ମଧ୍ଯ ଦେଇଛନ୍ତି। ରାୟଗଡାରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *