ଗ୍ରାମ୍ୟ ଜଳ ଓ ପରିମଳ କମିଟି କାର୍ଯ୍ୟକ୍ଷମ କରିବା ନିମନ୍ତେ ଟାଙ୍ଗିଲି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ।

ଗ୍ରାମ୍ୟ ଜଳ ଓ ପରିମଳ କମିଟି କାର୍ଯ୍ୟକ୍ଷମ କରିବା ନିମନ୍ତେ ଟାଙ୍ଗିଲି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ27/9/024)-: ନୁଆଗଡ ବ୍ଳକର ଟାଙ୍ଗିଲି ପଞ୍ଚାୟତ କାର୍ଯ୍ୟକ୍ଷମ ଠାରେ ଆଜି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଦ୍ବାରା ପାଣି କମିଟି କାର୍ଯ୍ୟକ୍ଷମ କରିବା ନିମନ୍ତେ କମିଟିର ସଦସ୍ୟା/ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ସ୍ଥାନୀୟ ସରପଞ୍ଚ ସିଙ୍ଗନା ରଇତ ସଭାପତ୍ବ କରିଥିଲେ । ଏଥିରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତୀ ପ୍ରଭାକର ମୁନି, ଗ୍ରାମ ସେବକ ବା ପିଇଓ ଟି, ବାଲାକିଷ୍ଣା, ନ୍ୟାୟ ସରପଞ୍ଚ ଲକ୍ଷ୍ମୀ ମଣ୍ଡଳ ଜିଆରସି, ଓ୍ବାର୍ଡସଭ୍ୟା/ସଭ୍ୟ, ପମ୍ପ ଡ୍ରାଇଭର ଏବଂ ୭ଖଣ୍ଡ ଗ୍ରାମର ସପାଧିକ ମହିଳା ଓ ପୁରୁଷ ଓ ପୁରୁଷ ଯୋଗଦେଇଥିଲେ । ପଞ୍ଚାୟତ ନିର୍ବାଚନ ହେବାଠାରୁ ପ୍ରଥମ ଥର ଏହି ବୈଠକରେ ପାଣି କମିଟି ସଦସ୍ୟା ସଦସ୍ୟ ମାନଙ୍କୁ ନେଇ ପାଣି କମିଟି ଉପରେ ସଚେତନତା କରାଯାଇଛି । ଏହି ପାଣି କମିଟିକୁ ୭ଖଣ୍ଡ ଗ୍ରାମରେ ପାଣି କମିଟି ୨୦୧୭ ମସିହାରେ ଗଠନ ହୋଇଥିଲା ଆଜି ପର୍ଯ୍ୟନ୍ତ କୋମା ହୋଇପଡିଥିଲା । ନୂତନ ବିଜେପି ସରକାର ଆସିବା ଏହି କମିଟିକୁ କାର୍ଯ୍ୟକ୍ଷମ ଆଗେଛନ୍ତି । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତୀ ଶ୍ରୀ ମୁନୀବାବୁ ସୌଚାଳ ବେହାର , ପାଣି କମିଟି କଣ କଣ କାର୍ଯ୍ୟ ଉପରେ ପାଣି କମିଟି ସଦସ୍ୟମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ । ଏହାସହ ସରପଞ୍ଚ ଶ୍ରୀ ରଇତ, ପିଇଓ ବାଲକିଷ୍ଣା ଓ ନ୍ୟାୟ ସରପଞ୍ଚ ଶ୍ରୀମତୀ ମଣ୍ଡଳ ଓ ଓ୍ବାର୍ଡ ସଭ୍ୟ ପାଣି ସୁରକ୍ଷ ଓ ରକ୍ଷଣ ବେକ୍ଷଣ ଉପରେ ପାଣି କମିଟି ସଦସ୍ୟ ଓ ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ ।

Leave a Reply

Your email address will not be published. Required fields are marked *