ଗଜପତି ଜିଲ୍ଲା ଗୋଷାଣି ବ୍ଳକ ସବୋରା ପଞ୍ଚାୟତର ଅନ୍ଧାରୀଝୋଲା ଗ୍ରାମରେ ବାଘ ପଶି ଗୋଟିଏ ଗଇକୁ ମାରି ଖାଇଦେଇଥିବାର ଜଣାପଡିଛି । ଗାଇଟି ଅନ୍ଧାରଝୋଲା ଗ୍ରାମର ଜାକୋବ ଶବରଙ୍କ ବୋଲି ଜଣାପଡିଛି । ଜାକୋବ ଶବର ଯିଏକି ବନବିଭାଗର ଓ୍ବାଚ୍ ମ୍ୟାନ୍ ଭାବେ କାର୍ଯ୍ୟ କରୁଥିବାର ଜଣାପଡିଛି । ଏନେଇ ଗ୍ରାମବାସୀ କହିଛନ୍ତି ଯେ ଜାକୋବଙ୍କ ଘର ନିକଟରେ ଥିବା ଗୁହାଳରେ ବନ୍ଧାଯାଇଥିବା ଗାଇଟିକୁ ପ୍ରାୟ ୫୦ ମିଟର ଦୂରକୁ ନେଇ ମାରି ଖାଇଦେଇଛି । ଘଟଣା ସମ୍ପର୍କରେ ବନବିଭାଗ ଖବର ପାଇ ଅନୁସନ୍ଧାନ କରୁଛନ୍ତି । ପ୍ରକାଶ ଯେ ଗତ କାଲି ଗୋଷାଣି ବ୍ଳକର ସାତମାଇଲ ଛକ ଗ୍ରାମଞ୍ଚଳରେ ବାଘର ପାଦ ଠାବ କରାଯାଇଥିଲା । ଏନେଇ ବନବିଭାଗ ତରଫରୁ ବାଘର ଗତିବିଧି ଉପରେ ନଜର ରଖାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ତେବେ ଆଜି ଅନ୍ଧାରୀଝୋଲ ଗ୍ରାମାଞ୍ଚଳରେ ବାଘ ଗାଇକୁ ମାରି ଖାଇଦେଇଥିବା ଯୋଗୁଁ ଅଞ୍ଚଳରେ ବାଘ ଆତଙ୍କକୁ ନେଇ ଭୟଭୀତ ହୋଇପଡଛନ୍ତି ଗ୍ରାମବାସୀ ।
Related Posts
ଜାମ୍ମୁ-କାଶ୍ମୀରରେ ଆତଙ୍କୀ ହମ୍ଲା; ୧୦ ମୃତ,
ରିସି ଜିଲ୍ଲାର ପୋନି ଅଞ୍ଚଳରେ ଟାର୍ଗେଟ୍ କଲେ !୩୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍କୁ ଟାର୍ଗେଟ୍ କରି ଗୁଳିମାଡ଼.ଜାମ୍ମୁ-କାଶ୍ମୀରରେ ଆତଙ୍କୀ ହମ୍ଲା; ୧୦ ମୃତ,!
ମହାତ୍ମା ଗାନ୍ଧିଙ୍କ ୧୫୫ ତମ ଜୟନ୍ତୀ ଏବଂ ସ୍ବଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ‘ସଫେଇ କର୍ମଚାରୀ ସମ୍ମାନ କାର୍ଯ୍ୟକ୍ରମ’
ମହାତ୍ମା ଗାନ୍ଧିଙ୍କ ୧୫୫ ତମ ଜୟନ୍ତୀ ଏବଂ ସ୍ବଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ‘ସଫେଇ କର୍ମଚାରୀ ସମ୍ମାନ କାର୍ଯ୍ୟକ୍ରମ’ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ…
ବରିଷ୍ଠ ପୋଲିସ ଅଧିକାରୀ ହେଲେ ନିଲମ୍ବିତ
ବରିଷ୍ଠ ପୋଲିସ ଅଧିକାରୀ ହେଲେ ନିଲମ୍ବିତ ଭୁବନେଶର: ଗତ ଶନିବାର ରାତିରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇ. ପି. ଏସ) ନିଜ…