ସୁନାବେଡ଼ା:(ରିପୋର୍ଟ ମନୋଜ କୁମାର ପଟ୍ଟନାୟକ) ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ସୁନାବେଡା ପୌର ପରିଷଦ ପକ୍ଷରୁ ୨୦୨୧ ରେ ଏକ ଅଡିଟୋରିଅମ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ମାଣ କାର୍ଯ୍ୟର ସୁବିଧା ପାଇଁ ଏହା ପାର୍ଶ୍ଵ ଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ସି ସି ରୋଡ଼ଟିକୁ ବନ୍ଦ କରିଦିଆ ଯାଇଥିଲା। ଉକ୍ତ ସି ସି ରୋଡ଼ ରେ ରୋଗୀ ଓ ସାଧାରଣ ଲୋକେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାଆସିବା କରୁଥିଲେ। ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ପ୍ରାୟ ସରିବା ଉପରେ ଏବଂ ଅଡିଟୋରିଅମ ର ସୁରକ୍ଷା ପାଇଁ ମଧ୍ୟ ପାଚେରୀ ନିର୍ମାଣ କାର୍ଯ୍ୟ ମଧ୍ୟ ସରିଗଲାଣି। କିନ୍ତୁ ଏହା ସତ୍ତ୍ୱେ ସର୍ବସାଧାରଣ ଯିବାଆସିବା କରୁଥିବା ସି ସି ରୋଡ଼ ଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ କରି ରଖାଯାଇଥିବା ଅଭିଯୋଗ ହେଉଛି। ତୁରନ୍ତ ଉକ୍ତ ରାସ୍ତାକୁ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୋକ୍ତ କରିବା ପାଇଁ ପୌର ପରିଷଦ ପଦକ୍ଷେପ ଗ୍ରହଣ କରୁ ବୋଲି ସାଧାରଣରେ ଦାବି ହୋଇଛି।
Related Posts

ମାରୋଡବାକା ପଞ୍ଚାୟତର ପୂର୍ବତନ ସରପଞ୍ଚ ତିରୁପତି ଭଣ୍ଡାରୀକୁ ନକ୍ସଲ ହତ୍ୟା
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଉସୁର ତହସିଲ ଅନ୍ତର୍ଗତ ମାରୋଡବାକା ପଞ୍ଚାୟତର ପୂର୍ବତନ ସରପଞ୍ଚ ତିରୁପତି ଭଣ୍ଡାରୀକୁ ନକ୍ସଲ ହତ୍ୟା କରିଥିବା ନେଇ ସ୍ବୀକାରୋକ୍ତି କରିଛନ୍ତି।…

ଭାରତ ର ତୃତୀୟ ଶ୍ରେଷ୍ଠ ଆକାଂକ୍ଷା ବ୍ଲକ ଭାବେ ପଦ୍ମପୁର ବ୍ଲକ ବିବେଚିତ ହୋଇଥିବା ରୁ ଚଇତି 2024 ରେ ସମ୍ମାନିତ
ଭାରତ ର ତୃତୀୟ ଶ୍ରେଷ୍ଠ ଆକାଂକ୍ଷା ବ୍ଲକ ଭାବେ ପଦ୍ମପୁର ବ୍ଲକ ବିବେଚିତ ହୋଇଥିବା ରୁ ଚଇତି 2024 ରେ ସମ୍ମାନିତ ରାୟଗଡା : ରାୟଗଡା ଜ଼ିଲ୍ଲା…

ସାଧାରଣତନ୍ତ୍ର ଦିବସ ୨୦୨୫ ନିମନ୍ତେ ଭାରତ ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପୁରସ୍କାର ଘୋଷଣା
ସାଧାରଣତନ୍ତ୍ର ଦିବସ ୨୦୨୫ ନିମନ୍ତେ ଭାରତ ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପୁରସ୍କାର ଘୋଷଣା ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ୨୦୨୫ ନିମନ୍ତେ ଭାରତ ସରକାରଙ୍କ ସ୍ଵରାଷ୍ଟ୍ର…