ଗୋରୁଚାଲାଣ ରୋକିଲେ ପରିବହନ ମନ୍ତ୍ରୀ

ଗୋରୁଚାଲାଣ ରୋକିଲେ ପରିବହନ ମନ୍ତ୍ରୀ

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଆର,ଉଦୟଗିରି ବ୍ଳକର ଛେଳିଗଡ ସତାହିକ ହାଟରୁ କିଣାଯାଇଥିବା ୧୪୬ ଗୋରୁଙ୍କୁ ଚାଲାଇ ନେଉଥିବା ବେଳେ ଗତକାଲି ମନ୍ତ୍ରୀ ପାରଳାଖେମୁଣ୍ଡି ଷ୍ଟାଡିୟମ ଠାରେ ଜାତୀୟ ପତକା ଉତଳନ କରିବା ସରିବା ପରେ ମୋହନା ବ୍ଳକର ପ୍ରେମ ସ୍ବେଛାସେବୀ ସଂଗଠନ ତରଫରୁ ଖାରିଗୁଡା ଗ୍ରାମରେ ନିମିତ ଜଳପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବ ସମୟରୋ ବୃଦ୍ଧିଶୀଳ ଘାଟିରେ ରାଜ୍ୟ ଖଣି ଓ ଇସ୍ପାତ ଏବଂ ପରିବହନ ମନ୍ତ୍ରୀ ବିଭୃତି ଜେନା ସେମାନଙ୍କୁ ଅଟକାଇ ଥିଲେ ତାଙ୍କସହ ଗଜପତି ନୁତନ ଜିଲ୍ଲାପାଳ ବିଜୟ କୁମାର ଦାସ ଥିଲେ। ଗୋରୁପଲଙ୍କୁ ନେବାର ଉଦ୍ଦେଶ୍ୟ ସମ୍ପର୍କରେ ପଚାରିବୁଝିଥିଲେ ତା । ତେବେ ପଲକୁ ଅଡାଇ ନେଉଥିବା ବ୍ୟକ୍ତିମାନେ କିଛି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ମନ୍ତ୍ରୀ ଶ୍ରୀ ଜେନା ଆର,ଉଦୟଗିରି ପୁଲିସ ହାତରେ ଗୋରୁପଲ ଜିମା ଦେଇ ଫେରିଥିଲେ । ଛେଳିଗଡ ହାଟରୁ ମନ୍ତ୍ରୀ ଅଟକାଇଥିବା ସ୍ଥାନର ଦୂରତା ହେଲା ପାଖପାଖି ୧୮ କିଲୋମିଟର । ଗୋରୁପଲକୁ ଆହୁରି ୪୫ କିଲୋମିଟର ଦୂର ସେରଙ୍ଗ ଓ ଗୁମ୍ମାକୁ ନିଆଯାଇଥାନ୍ତା । ଏ ନେଇ ଆର,ଉଦୟଗିରି ପୁଲିସ କେସ ନମ୍ବର ୧୨୫ରେ ଏକ ମାମଲା ରୁଜୁ କରି ନିଜ ପଟୁ ତଦନ୍ତ ଆରମ୍ଭ କରିବା ସହ ଦୁଇଜଣଙ୍କୁ ଅଟକ ରଖିଛି । ଏସ୍ଆଇ ଶ୍ରୀମତି ବେହେରା ତଦନ୍ତ ଚଳାଇଛନ୍ତି । ତଦନ୍ତ ସରିବା ପର୍ଯ୍ୟନ୍ତ ଗୋରୁପଲଙ୍କୁ ବଜରଙ୍ଗ ଦଳ କର୍ମୀମାନଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଏଭଳି ଗୋରୁ ଚାଲାଣକୁ ରୋକିବା ସକାଶେ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିବା ବେଳେ ଗଜପତି ଜିଲ୍ଲାର ବିଭିନ୍ନ ହାଟରେ ନେଉଥିବା ଗୋରୁ ବିକ୍ରି ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି । ଦୁଇ ଦିନ ମଧ୍ୟରେ ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ୧୮ଜଣ ଗୋରୁ ଚାଲାଣକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *