ଗୋଟିଏ ବଳଦ,୫ଟି ଗାଈ,୨ଟି ବାଛୁରୀ ମୃତ୍ୟୁ ଗାଁ ଲୋକେ ଆତଙ୍କିତ ଆର,ଉଦୟଗିରି (ମନୋଜ କୁମାର ପାଢୀ):ଅକସ୍ମାତ ଗୋଟିଏ ବଳଦ, ୫ ଟି ଗାଈ, ୨ଟି ବାଛୁରୀ ମୃତ୍ୟୁ ହୋଇଛି ଫଳରେ ଗାଁ ଲୋକେ ଆତଙ୍କିତ I ଏପରି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଳକ, ଅନ୍ତରବା ପଞ୍ଚାୟତର, କଣ୍ଟାପଦର ଗାଁରେ I ରବିବାର ଦିନ ମଧ୍ୟାହ୍ନ ୧୨ଟାରେ ପ୍ରତି ଦିନ ପରି ଗାଁ ଲୋକେ ଖୁଣ୍ଟିଆରେ ନିଜ ନିଜ ଗାଈ, ବଳଦ, ବାଛୁରୀ ଙ୍କୁ ବାନ୍ଧିଥିଲେ l ତେବେ ଚରାଇବା ପାଇଁ ଗାଁ ନିକଟ ଜଙ୍ଗଲକୁ ଗାଈ ଗୋରୁଙ୍କୁ ନେଇ ସୁମାଲ୍ୟ ଗମାଙ୍ଗ, କାନ୍ଦ୍ରା ଗମାଙ୍ଗ, ଗୁର୍ବାଡି ଗମାଙ୍ଗ, ସୁନିତା ଗମାଙ୍ଗ ବିଦ୍ୟାଳୟ ନିକଟରେ ଥିବା ଜଙ୍ଗଲକୁ ଗାଈ ନେଇ ଚରାଉଥିଲେ I ହଠାତ ଚରୁଥିବା ଗାଈ ବଳଦ ବାଛୁରୀ ଚମକି ପଡି ଏଣେ ତେଣେ ଦୌଡ଼ିଥିଲେ I ଏପରି ପରିସ୍ଥିତି ଦେଖି ଗାଈ ଚରାଳି ମାନେ ଗାଈ ଗୋରୁଙ୍କୁ ଆୟତ କରିବା ସମ୍ଭବ ହେଉନଥିଲା I ଯେମିତ ଧୌଡୁ ଥିଲେ ସେମିତି ଯିଏ ଯୁଆଡେ ଗୋଟିଏ ପରେ ଗୋଟିଏ ମରି ଯାଇଥିଲେ l ପତି ଗମାଙ୍ଗର ୪ଟି ଗାଈ , କାନ୍ଦ୍ରା ଗମାଙ୍ଗର ୧ ବଳଦ, ସୁଧୀର ଗମାଙ୍ଗର ୨ ବାଛୁରୀ ମରିଯାଇଛି I ଚରାଳି ମାନେ ସଙ୍ଗେ ସଙ୍ଗେ ଗାଁ ଲୋକଙ୍କୁ ଖବର ଦେଇଥିଲେ l ମୋହନା ପଶୁ ବିଭାଗ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ସମସ୍ୟା ବିଷୟରେ ଜଣାଇଥିଲେ I ତେବେ ପ୍ରାଣୀ ଧନ ଅଧିକାରି ଏହାକୁ ଗୁରୁତ୍ବ ଦେଇନଥିଲେ l ଘଟଣା ସଂମ୍ପର୍କରେ ପ୍ରାଣୀ ଧନ ଅଧିକାରୀଙ୍କୁ ପଚାରିବାରୁ ପ୍ରାକୃତିକ ବିପର୍ଯ୍ୟୟ ଘଟଣା, ଦୁର୍ଘଟଣାର କ୍ଷୟ କ୍ଷତି ଓ ମୃତ୍ୟୁର କ୍ଷତି ପୂରଣ ପ୍ରଦାନର ଯୋଜନା ଅଛି l ତେବେ ସ୍ଵାଭାବିକ ମୃତ୍ୟୁ ପାଇଁ କୌଣସି ସରକାରୀ ସହାୟତା ଯୋଜନା ନ ଥିବା କହିଛନ୍ତି ଡାକ୍ତର ବିରେନ୍ଦ୍ର ପଣ୍ଡା I ବର୍ତ୍ତମାନ ଗାଈ ଗୋରୁଙ୍କ ମୃତ୍ୟୁ ଘଟଣାକୁ ନେଇ ଗାଁ ଲୋକେ ଆତଙ୍କିତ ହେବା ସହିତ ଗୁଞ୍ଜିମା, ପିଲ୍ ପାଜୁ ଏବଂ ଆଖ ପାଖ ଗାଁ ଥିବା ଲୋକେ ଆତଙ୍କିତରେ ଅଛନ୍ତି I
Related Posts

ଗୁଟିଙ୍ଗିଆ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ.
ଗୁଟିଙ୍ଗିଆ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ……………………… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଗୁଟିଙ୍ଗିଆ ଗ୍ରାମପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର…

ଧାନକିଣା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ
ଧାନକିଣା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ଧାନକିଣା ପ୍ରକ୍ରିୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି…

“ସଂକଳ୍ପ ପରିବାର ” ବରଗଡ଼ ଅଚିହ୍ନା ଶବ ସତ୍କାର କଲା।
“ସଂକଳ୍ପ ପରିବାର ” ବରଗଡ଼ ଅଚିହ୍ନା ଶବ ସତ୍କାର କଲା। ତାରିଖ ୦୭/୦୯:- ବରଗଡ଼ ଜିଲ୍ଲା ସମେତ, ସମଗ୍ର ପଶ୍ଚିମ ଓଡ଼ିଶା ସହିତ ସାରା ଭାରତ ଆଜି…