ଗୁମାଗଡ଼ ଉପ୍ରା ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ କନ୍ଧମାଳ -: (ରିପୋର୍ଟ କୁନାଦିଗାଲ) ଫୁଲବାଣୀ ବ୍ଲକ ଗୁମାଗଡ଼ ପଞ୍ଚାୟତ ରେ ଥିବା ଉପ୍ରା ବିଦ୍ୟାଳୟ ରେ ଏକ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ସି ଆରସିସି ଶ୍ରୀ ଅରୂପ କୁମାର ପ୍ରଧାନ ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରତାପ ଚନ୍ଦ୍ର କହଁର,ବକ୍ତା ରୂପେ ଫୁଲବାଣୀ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଧନେଶ୍ୱର କହଁର, ସମ୍ମାନୀତ ଭାବେ ନାଏବ ସରପଞ୍ଚ ରୋଜାଲିନି ସାହୁ, ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଯକ୍ଷଚନ୍ଦ୍ର କହଁର, ପ୍ରାଡିପଦର ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ କୁଞ୍ଜ ବିହାରୀ ଜେନା, ସ୍କୁଲ ସଭାପତି ଲକ୍ଷ୍ମଣ କହଁର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ୮ ଗୋଟି ବିଦ୍ୟାଳୟ ର ଯୋଗଦେଇଥିବା ବେଳେ ଏଠାରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପିତାମାତା ଗୋଷ୍ଠୀ ଙ୍କ ଦ୍ଵାରା ଘରେ ଓ ପରିବେଶରେ ଉପଲବ୍ଧ ଶିକ୍ଷଣ ସାମଗ୍ରୀ ମାଧ୍ୟମରେ ପାଠ ପ୍ରତି ଆକର୍ଷଣ କରିବା ଏବଂ ଶିକ୍ଷାର ଅଭିବୃଦ୍ଧି କରାଇ ମୌଳିକ ସାରକ୍ଷଣ ଓ ସଂଖ୍ୟାଜ୍ଞାନ ଆଣିବା ଉଦ୍ଧେଶ୍ୟ ରେ ଅନୁଷ୍ଠିତ ହୋଇଥିଲା । ଏହି ସ୍କୁଲ ରେ ବିଭିନ୍ନ ସମ୍ପର୍କିତ କୁ ନେଇ 4 ଟି ଷ୍ଟଲ କରାଯିବା ସହ ନିପୁଣ ଓଡିଶା ର ଲୋଗୋ, ସଂଗୀତ, ଉନ୍ମୋଚନ ସହ ଶପଥ ପାଠ କରାଯାଇଥିଲା । ଏଥିରେ ଶିକ୍ଷକ ଶ୍ରୀ ବିନୋଦ କୁମାର ନାୟକ, ବସନ୍ତ କହଁର, କୁବେର ମଲ୍ଲିକ, ମନମୋହନ ଦାସ, ସରୋଜ କୁମାର ପାତ୍ର, କାଁହୁ ଚରଣ ସାହାଣୀ, ଅମିତ କୁମାର କହଁର, ଶିକ୍ଷୟିତ୍ରୀ ସ୍ନେହଲତା ପ୍ରଧାନ, ସବିତା ଚୌଧୁରୀ, ତୃପ୍ତିମୟୀ ବେହେରା,ସୀତାଦେବୀ କହଁର,ଅନୁରାଧା କହଁର ସହଯୋଗ କରିଥିଲେ। ଏହା ପରେ ସି ଆର ସି ସୁଧାଂଶୁ ବେହେରା ଓ ପ୍ରଦୀପ କୁମାର ମହାନ୍ତି ନୃତ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶେଷରେ କେନପାଜୁ କ୍ଲଷ୍ଟର ସି ଆର ସି ଶ୍ରୀ ଅରୂପ କୁମାର ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
Related Posts

ନାରାୟଣପୁର ନୀଳମଣି ହାଇସ୍କୁଲରେ ଦଶମ ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସର ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ
ନାରାୟଣପୁର ନୀଳମଣି ହାଇସ୍କୁଲରେ ଦଶମ ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସର ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ଗଜପତି (ମନୋଜ କୁମାର ପାଢୀ / ତା 26/11/2024…

ତ୍ରିଦେବ ନଗର ବସ୍ତିର ଇଷ୍ଟଦେବୀ ମାଁ ବ୍ରାହ୍ମଣୀଦେବୀ ଙ୍କ ବାର୍ଷିକ ଉତ୍ସବ ନିମନ୍ତେ ଆଲୋଚନା ବୈଠକ
ତ୍ରିଦେବ ନଗର ବସ୍ତିର ଇଷ୍ଟଦେବୀ ମାଁ ବ୍ରାହ୍ମଣୀଦେବୀ ଙ୍କ ବାର୍ଷିକ ଉତ୍ସବ ନିମନ୍ତେ ଆଲୋଚନା ବୈଠକ…. କନ୍ଧମାଳ:- (ରିପୋର୍ଟ କୁନା ଦିଗାଲ )ଫୁଲବାଣୀ ପୈରପରିଷଦ ଓ୍ୱାର୍ଡ ନମ୍ବର…

ଦାଦାବଟି ମାଗିବା ଅଭିଯୋଗ ରେ ଦୁଇ ଗିରଫ,ଆଉ କିଛି ଫେରାର।
ଦାଦାବଟି ମାଗିବା ଅଭିଯୋଗ ରେ ଦୁଇ ଗିରଫ,ଆଉ କିଛି ଫେରାର। ଗଞ୍ଜାମ:ବଡ଼ବଜାର ଥାନା ଅର୍ନ୍ତଗତ ଶ୍ରୀରାମ ନଗର ଅଞ୍ଚଳର କବିର ପାତ୍ର ନାମକ ଜଣେ ବ୍ୟବସାୟୀଙ୍କୁ ଗତ…