ଗୁଣୁପୁର ରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୪ ପାଳିତଶୁକ୍ରବାର ପୂର୍ବାହ୍ନରେ ଗୁଣୁପୁରରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୪ ପାଳିତ ହୋଇଯାଇଛି। ବିର୍ସା ମୁଣ୍ଡାଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପଡିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜନଜାତୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ସ୍ଥାନୀୟ ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ ଓ ଵିଷମକଟକ ଶ୍ରୀ ନୀଳମାଧବ ହିକକା, ଗୁଣୁପୁର ଉପଜିଲ୍ଲାପାଳ କିରନ ଦୀପ କୌର ସାହୋଟା, CDO cum Eo ନିହାର ରଞ୍ଜନ କହଁର ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ଅତିଥି ମାନେ ଉପସ୍ଥିତ ଜନସାଧାରଣ ଙ୍କୁ ନିଜ ନିଜ ଅଭିଭାଷଣରେ କହିଥିଲେ। ଏହି ଅବସରରେ ବିଭିନ୍ନ ଦିଗରେ ପାରଦର୍ଷିତା ହାସଲ କରିଥିବା ଆଦିବାସୀ ସାମ୍ପ୍ରଦାୟର ବ୍ୟକ୍ତି ଙ୍କୁ ଅତିଥି ମାନେ ମାନପତ୍ର ସହ ପୁରସ୍କୃତ କରିଥିଲେ। ଗୁଣୁପୁର ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜନଜାତିର ଗର୍ବ ଓ ସାଂସ୍କୃତିକ ଏକତାକୁ ପାଳନ କରୁଥିବା ଏହି ଦିବସର ପାବନ ଶୁଭାରମ୍ଭ । ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
Related Posts

କୋରାପୁଟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥୀ ରଘୁରମ ମାଛ
କୋରାପୁଟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥୀ ରଘୁରମ ମାଛ ୨୩୩୮ ଭୋଟରେ ବିଜୟୀ |

ଗଣେଶ ପୂଜା ଅବସରରେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଗଣେଶ ପୂଜା ଅବସରରେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପୂଜା ମଣ୍ଡପରେ ପହଞ୍ଚି ଶ୍ରୀଗଣେଶଙ୍କର ଦର୍ଶନ…

ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ।
ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ। ରାୟଗଡ : ରାୟଗଡ ଜିଲ୍ଲାପ୍ରଶାସନ ଓ କୃଷି ବିଭାଗ ତରଫରୁ ସ୍ଥାନୀୟ ଜେଏସସିଆଇଆର ପଡିଆ ଠାରେ…