ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ରାୟଗଡା : ରାୟଗଡା ଜ଼ିଲ୍ଲା ର ବହୁ ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୁଣୁପୁର ର ବିଜେଡି ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବିଜେଡି ର ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ଙ୍କ ନେତୃତ୍ୱ ରେ ଏହି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ପଦଯାତ୍ରା ରେ ଗୁଣୁପୁର, ରାମନାଗୁଡ଼ା, ଗୁଡାରି, ଚନ୍ଦ୍ରପୁର, ଗୁଣୁପୁର ବ୍ଲକ ଓ ଗୁଡାରି ଏନ ଏ ସି ଓ ଗୁଣୁପୁର ପୌର ପରିଷଦ ର ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ l ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପା ମାଲ୍ୟ ଅର୍ପଣ କରି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ସହର ର ମୁଖ୍ୟ ରାସ୍ତା ଦେଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା l ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଲୋକାଭିମୁଖୀ ଯୋଜନା ମାନ କରିଥିଲେ ତାହାର ନାମ ବଦଳେଇ ଏହି ଡବଲ ଇଂଜିନ ର ମୋହନ ଓ ମୋଦି ସରକାର କାମ କରୁଛନ୍ତି ବୋଲି ଗୁଣୁପୁର ର ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ କହିଛନ୍ତି l ନିଜ ବକ୍ତବ୍ୟ ରେ ରାୟଗଡା ଜ଼ିଲ୍ଲା ବିଜେଡି ର ପୂର୍ବତନ ଜ଼ିଲ୍ଲା ସଭାପତି ତଥା ଟାଣୁଆ ବିଜେଡି ନେତା ସୁଧୀର ଦାସ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ଗତ ସାଧାରଣ ନିର୍ବାଚନ ରେ ଓଡିଶା ବାସୀ ଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ବିଜେପି ସରକାର ଓଡିଶା କୁ ଆସିଛି କିନ୍ତୁ ଲୋକଙ୍କ ମନ କୁ ଜିତି ପାରିନାହିଁ ମାତ୍ର ବିଜେଡି ସରକାର ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦଳ ନିର୍ବାଚନ ରେ ପରାଜୟ କରିଛି ସତ କିନ୍ତୁ ଆଜି ମଧ୍ୟ୍ୟ ଓଡିଶା ବାସୀଙ୍କ ହୃଦୟ ରେ ନବୀନ ପଟ୍ଟନାୟକ ଅଛନ୍ତି l ସୁଭଦ୍ରା ଯୋଜନା ରେ ମହିଳା ଙ୍କୁ 50 ହଜାର ଟଙ୍କା, ପେନସନ ଧାରିଙ୍କୁ ମାସିକ 3500 ଟଙ୍କା ଓ ବିଜୁଳି ବିଲ ଛାଡ଼ ର ମିଥ୍ୟା ପ୍ରତିଶୃତି ଦେଇ ନିର୍ବାଚନ ବିଜୟ କରିଛି ଓ ଓଡିଶା ର ଜନସାଧାରଣ ଏହା ଭଲ ଭାବେ ଜାଣିପାରିଲେ ବୋଲି ଶ୍ରୀ ଦାସ କହିଥିଲେ l ଏହି ପଦଯାତ୍ରା କାର୍ଯ୍ୟକ୍ରମ କୁ ୟୁବ ନେତା ବିଷ୍ଣୁ ପଣ୍ଡା, ଗୁଣୁପୁର ନଗର ବିଜେଡି ସଭାପତି ରାମ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱ ରେ ଶାନ୍ତି ଶୃଙ୍ଖଳା ର ସହିତ ସମାପ୍ତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତୀ ଜଗନ୍ନାଥ ସାରକା, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ ବିଭିନ୍ନ ବ୍ଲକ କେତେକ ସରପଞ୍ଚ ଓ ସମିତି ସଭ୍ୟ ଓ ଜ଼ିଲ୍ଲା ପରିଷଦ ସଭ୍ୟ ଯୋଗ ଦେଇଥିଲେ l ଏହି ପଦଯାତ୍ର ସମୟରେ ସୁଧୀର ଦାସ ବିଜେଡି ଗୋଷ୍ଠି ଯୋଗ ଦେଇଥିଲେ କିନ୍ତୁ ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ. ଙ୍କ ଗୋଷ୍ଠି ଏହି ପଦ ଯାତ୍ରା ରେ ସାମିଲ ହୋଇନଥିବା ସମଗ୍ର ଗୁଣୁପୁର ସହର ରେ ଆଲୋଚନା ହେଉଥିବା ର ଦେଖିବା କୁ ମିଳିଥିଲା l ଗତ ନିର୍ବାଚନ ରେ ଜ଼ିଲ୍ଲା ରେ ବିଜେଡି ର ଶୋଚନୀୟ ପରାଜୟ ପରେ ମଧ୍ୟ୍ୟ ବିଜେଡି ର ଦୁଇ ଗୋଷ୍ଠୀ ନିଜ ଜିଦ ରେ ଅଟଳ ବୋଲି ସହର ର ଚା ଦୋକାନ ରାସ୍ତା ଘାଟ ତର ଆଲୋଚନା ଚାଲିଛି l ବିଜେଡି ର ଏହିପରି ପରିସ୍ଥିତି ଯଦି ଲାଗିରୁହେ ଭବିଷ୍ୟତରେ ରାୟଗଡା ଜ଼ିଲ୍ଲା ରୁ ବିଜେଡି ସମ୍ପୂର୍ଣ୍ଣ ଭାବେ ଲୋପ ପାଇବ ବୋଲି ଏହି ପଦଯାତ୍ର ରେ ଭାଗ ନେଇଥିବା ବିଜେଡି କର୍ମୀ ଓ ଜନସାଧାରଣ ଆଲୋଚନା. କରୁଥିବା ର ଦେଖିବାକୁ ମିଳିଥିଲା l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ