ଗୁଣି ଗାରେଡିକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗୋଷ୍ଠୀ ସଂଘର୍ଷ,୩ ମୃତ୍ୟୁ, ୩ ଗୁରୁତର

*ଗୁଣି ଗାରେଡିକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗୋଷ୍ଠୀ ସଂଘର୍ଷ,୩ ମୃତ୍ୟୁ, ୩ ଗୁରୁତର*

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବଡଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ର ବାହାରପୁର ପଂଚାୟତ ଅଧିନସ୍ଥ ଖାରିପଲ୍ଲୀ ଗ୍ରାମରେ ଗୁଣି ଗାରେଡି କୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ , ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ୩ଜଣ ହେଲେ ଗୋଟିଏ ଗୋଷ୍ଠୀର ବାପା ଖଦାଳ ବେହେରା(୬୪) ପୁଅ ରତ୍ନାକର ବେହେରା (୩୯) ଓ ଅନ୍ୟ ଗୋଷ୍ଠୀର ଉମେଶ ବେହେରା (୪୪) । ଗୁରୁତରମାନେ ହେଲେ ଅରୁଣ ବେହେରା (୩୦),ଭିକାରୀ ବେହେରା(୧୯) ଓ ଜଗା ବେହେରା (୧୮)। ସମସ୍ତ ଗୁରୁତରଙ୍କୁ ପ୍ରଥମେ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବର୍ତ୍ତମାନ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ଅନ୍ୟପକ୍ଷରେ ଖାରିପଲିଗାଁ ରେ ଉତ୍ତେଜନା ଲାଗି ରହିଛି ।ପୁଲିସ ମୁତୟନ ରହିଛି ।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *