ଗୁଟିଙ୍ଗିଆ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ………………………
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଗୁଟିଙ୍ଗିଆ ଗ୍ରାମପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ଆଜି ସ୍ପେଚ୍ଛା ସେବୀ ଅନୁଷ୍ଠାନ ସ୍ୱାତୀ ପକ୍ଷରୁ ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜିର ଏହି ଦିବସ ଟି ଏକ ଗୁରୁତ୍ୱ ପୂର୍ଣ୍ଣ ଦିବସ ଯାହା ଆମ ପାଇଁ ଏକ ମନେପକାଇବା ଏବଂ ଆମ ମନ କୁ ପରିବର୍ତନ କରି ଯଦି କୌଣସି ପରିସ୍ଥିତି ରେ ଯଦି ମାନସିକ ଯନ୍ତ୍ରଣା ରେ ପଡି ଆମ ସମାଜରେ ଘଟୁ ଥିବା ବିକୃତ ମସ୍ତିଷ୍କ ବ୍ୟକ୍ତି ମାନେ ସାମାଜିକ ପ୍ରଥା ଓ ପରମ୍ପରା କୁ ବିଶ୍ୱାସ ନ କରି ମେଡିକାଲ କୁ ଯାଇ ତାର ଚିକିତ୍ସା ହୋଇ ସୁସ୍ଥ ହେବା ଏବଂ ଏଥିପାଇଁ ସରକାରୀ ସ୍ତରରେ ମଧ୍ୟ ସହାୟତା ରାଶି ରହିଛି ସେ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ, ସରପଞ୍ଚ ଆକାଂକ୍ଷା ପ୍ରଧାନ, ସମିତି ସଭ୍ୟା ଅର୍ଚ୍ଚନା ଭୋଇ, ସି.ହେଚ.ଓ. ପ୍ରଗତିକା ସାହୁ, ଏମ. ହେଚ. ଡି. ଆଲୋକ ସାମନ୍ତରାୟ, ମାଅ ଗୃହ ଏ. ଏନ. ଏମ. ରାମେଶ୍ୱରୀ ଦିଗାଲ, ଗୀତାଞ୍ଜଳି କଂହର, ସୁନେମିୟା ଦିଗାଲ, ଆଇ ଟି ଡି ଏ. ରୋହିମଦ ନାୟକ ସସ୍ମିତା ବେହେରା, ଦିପେଶ କୁମାର ମହାକୁଡ଼ ଅନନ୍ତ କଂହର ଆଶା ନମିତା ବୁର୍ଗୀ ମଞ୍ଜରୀ ପ୍ରଧାନ ମନସ୍ପିନି ବିନ୍ଧାଣି ପ୍ରମୁଖ ଉପସ୍ଥିତ ଥିଲେ l