ଗାୟତ୍ରୀ ଯୁକ୍ତ ଦୁଇ ମହା ବିଦ୍ୟାଳୟ ସଂବଲପୁର ତରଫରୁ ଭେଡେନ ବ୍ଲକ ସ୍ତରୀୟ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।
ବରଗଡ ୨୪,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସରକାରୀ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନ ଗାୟତ୍ରୀ ମହାବିଦ୍ୟାଳୟ ସଂବପୁର ତରଫରୁ ଭେଡେନ ବ୍ଲକ ସ୍ତରୀୟ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନକୁଂ ନେଇ ମେଧାବୃତ୍ତି ପରୀକ୍ଷା “ଅନ୍ବେଷଣ” ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଭେଡ଼େନ ବ୍ମକ ସ୍ତରୀୟ ମେଧା ବୃତ୍ତି ପରୀକ୍ଷା ‘ଅନ୍ୱେଷଣ” ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାରେ ସର୍ବମୋଟ ୧୧୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ଗାୟତ୍ରୀ ମହାବିଦ୍ୟାଳୟ କାର୍ଯ୍ୟାଳୟର ସଂଯୋଜକ ଅମିତ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଯୋଜକ ଶ୍ରୀ ଶତପଥୀ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ରେ କିପରି ଭାବରେ ପାଠ ପଢି ଭବିଷ୍ୟତ ସୁନାଗରିକ ହେବାକୁ ଦେଶ ପାଇଁ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସଭାରେ ମୁଖ୍ୟ ଅତିଥିଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ,ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହଦେବ ଭୋଇ,ପ୍ରଶାନ୍ତ ପଣ୍ଡା ଯୋଗଦେଇଥିଲେ। ଏହି ସମୟରେ ଅଭିଭାବକ ମାନେ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ। ପରିଶେଷରେ ମିହିର ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।