ଗାର୍ଡିଙ୍ଗିଆ ଠାରେ ଖ୍ରୀଷ୍ଟରାଜା ରାଜାମାନଙ୍କର ରାଜାଙ୍କ ଉଦଯାପିତ କନ୍ଧମାଳ : -( ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଳକ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ନିକଟରେ ଥିବା ଚର୍ଚ୍ଚ ରେ ଖ୍ରୀଷ୍ଟରାଜା ରାଜାମାନଙ୍କର ରାଜାଙ୍କ ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଟିକାବାଲି ବ୍ଳକ ବିଜେଡ଼ି ସଭାପତି ତଥା ଲୋକ ପ୍ରିୟ ଯୁବ ନେତା ଟିକାବାଲି ସମିତି ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର ଯୋଗ ଦେଇ ପିତା କାଟି କାର୍ଯ୍ୟକ୍ରମ କୁ ଶୁଭା ଆରମ୍ଭ କରିଥିଲେ l ଭାଇ ଚାରାର ପର୍ବ ରେ ପବିତ୍ର ଶାନ୍ତ୍ର ବାଇବଲ ରେ ଲେଖା ଅଛି ଖ୍ରୀଷ୍ଟଙ୍କର ଜନ୍ମ ପରେ ପୃଥିଵୀରେ ଆଉ କୌଣସି ରାଜାମାନଙ୍କର ଚିହ୍ନଵର୍ଣ୍ଣ ରହିଲା ନାହିଁ । ସମସ୍ତେ ଖଣ୍ଡ ଵିଖଣ୍ଡିତ ହୋଇଗଲେ, ସେ ସମସ୍ତଙ୍କର ପତନ ହେଲା । ସେଥିପାଇଁ , ସେହି ଅଵିନାଶ୍ଯ ରାଜ୍ୟର ରାଜା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଶାନ୍ତି, ନ୍ୟାୟ ଓ ପ୍ରେମର ରାଜା ଯୀଶୁଖ୍ରୀଷ୍ଟ ବୋଲି ସୁନ୍ଦର ଅଭିବ୍ୟକ୍ତି ରଖିଥିଲେ l ଆମ ଦେଶ ଭାରତରେ ଈଶ୍ବରଙ୍କ ରାଜ୍ଯ କିପରି ଓ କେଵେ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେଲା । ଈଶ୍ବରଙ୍କ ଯୋଜନାନୁଯାୟୀ ଭାରତକୁ ଇଁରେଜମାନେ ଶାସନ କଲେ । ସେମାନେ ଭାରତକୁ ଆସିବା ପୁର୍ଵରୁ, ଏହି ଦେଶରେ ୫୦୦ରୁ ଅଧିକ ରାଜାମାନେ ଵିଭିନ୍ନ ଖଣ୍ଡରେ ଶାସନ କରୁଥିଲେ । ସେମାନେ ଅନଵରତ ଯୁଦ୍ଧରେ ଲିପ୍ତ ରହି ମାନଵ ସମାଜକୁ ଅତିଶୟ କଷ୍ଟ ଦେଉଥିଲେ । ଇଁରେଜ ସରକାର ସେହି ରାଜାମାନଙ୍କର ପତନ ଘଟାଇଲେ ଓ ଗଣତନ୍ତ୍ର ଶାସନର ପ୍ରକ୍ରିୟା ଆରମ୍ଭ କଲେ । ଵିଶିଷ୍ଠ ସମାଜସେଵୀ ଜ୍ୟୋତିଵା ଫୁଲେ କୁହନ୍ତି, ଇଁରେଜ ସରକାର ଶୁଦ୍ର ସମାଜ ପାଇଁ ଏକ ବରଦାନ ସଦୃଶ୍ଯ ଥିଲା । କାରଣ, ଇଁରେଜ ସରକାର ସମୟରେ ଶୁଦ୍ର ଓ ନାରୀମାନଙ୍କୁ ପାଠ ପଢିବାର ସ୍ଵାଧିନତା ମିଳିଵା ସହିତ ସମ୍ପତ୍ତି ରଖିବାର ଅଧିକାର ମଧ୍ୟ ମିଳିଲାl ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳବାସୀ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଓ ଭଉଣୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
Related Posts
ନୂଆଁଖାଇ ଅବସରରେ ନିଷ୍ଠା ପରିବାର ତରଫରୁ ରକ୍ତ ଦାନ ଶିବିର #୩୧ୟୁନିଟ ରକ୍ତ ସଂଗୃହୀତ
ନୂଆଁଖାଇ ଅବସରରେ ନିଷ୍ଠା ପରିବାର ତରଫରୁ ରକ୍ତ ଦାନ ଶିବିର #୩୧ୟୁନିଟ ରକ୍ତ ସଂଗୃହୀତ ତା-୧୫-୦୯-୨୦୨୪ରିଖ (ରବିବାର)ପଶ୍ଚିମ ଓଡ଼ିଶାର ମହାନ୍ କୃଷୀ ଭିତ୍ତିକ ଗଣ ପର୍ବ “ନୂଆଁଖାଇ”…
ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତିର କାର୍ଯ୍ୟକ୍ରମ
ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତିର କାର୍ଯ୍ୟକ୍ରମ , ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀର ସାମୁହିକ ଟେବୁଲ ଟପ ଏକ୍ସରସାଇଜ ଅଭ୍ୟାସ* ଗଜପତି (ପ୍ରାକୃତିକ ବିପର୍ଯ୍ୟୟ…
କୁଇ ଆଦିବାସୀଙ୍କ ନିଆରା ସଡ୍ରା ପର୍ବ
ଆଲିଗଣ୍ଡl ରେ ସଡ୍ରା ପର୍ବ ମୋହନା, (ମନୋଜ କୁମାର ପାଢୀ/୨୭/୬):ଗଜପତି ଜିଲ୍ଲା ମୋହନା ବ୍ଲକ ଆଲିଗଣ୍ଡl ରେ ପାଳିତ ହୋଇଛି ନିଆରା ପର୍ବ ସଡ୍ରl l ଏହା…