ଗାନ୍ଧୀ ଜୟନ୍ତୀ ଅବସରରେ ସ୍ବତନ୍ତ ଗ୍ରାମ ସଭା ଛେଳାଗଡ ପଞ୍ଚାୟତ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ବୁଧବାର ଗନ୍ଧୀଜୟନ୍ତୀ ଅବସରରେ ଆର,ଉଦୟଗିରି ବ୍ଳକର ଛେଳାଗଡ ଗ୍ରାମପଞ୍ଚୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସ୍ବତନ୍ତ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନାଏବ ସରପଞ୍ଚ ସୁମତି ରଇତଙ୍କ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ,ସିଡିିପିଓ ଲଳିତା ପୂଜାରି, ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସାମାଜିକ ସୁରକ୍ଷା ଅଧିକାରୀ ଅରଣ କୁମାର ଉଦୟଭାନୁ, ଜିପିଇଓ ଦାମୋଦର ରେଡି ପ୍ରମୁଖ ସମ୍ମାନିତ ଅତିଥି ଥିଲେ । ସମସ୍ତ ଲାଇନ ଡିର୍ପାଟମେଣ୍ଟ ଯାଥା ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜିବିକା ମିଶନ, ଉଦ୍ୟାନ, ସମନିତ ଶିଶୁ ବିକାଶ, ପଞ୍ଚାୟତ ରାଜ ଆଦି ବିଭାଗର ବିଭାଗୀୟ ଅଧିକାରୀ ମାନେ ଗ୍ରାମ ସଭାରେ ଉପସ୍ଥିତ ଥିଲେ । ଆକାକ୍ଷା ଜିଲ୍ଲା ଅନୁକୂ୍ଲ୍ୟରେ ଆକାକ୍ଷା ବ୍ଳକ ଆର,ଉଦୟଗିରି ତ୍ବତ୍ତାବଧାନରେ SIRD/RGSA ପୃଷ୍ଟ ପୋକତାରେ ଏହି ସ୍ବତନ୍ତ ଗ୍ରାମ ସଭା ଅନୁଷ୍ଠିତ କରାଯାଇଥିଲା । ଜିଲ୍ଲାସ୍ତରରୁ ସୁଭ ସଂଯୋଗ ସାଥି କାର୍ଯ୍ୟକ୍ରମ ଅଧିକାରୀ ଏବଂ କାନୁ ଚରଣ ପାଣିଗ୍ରାହି ABF ଉପସ୍ଥିତ ରହି ଭାରତର ୭୫ ତମ ଗୌରବ ମୟ ବର୍ଷ ପାଳନ କରାଯାଇଥିଲା ବୋଲି ସୂଚନା ପ୍ରଦାନ କରିଥିଲେ ସମ୍ପମ ପଞ୍ଚାୟତ ଓ ବିକଶିତ ଭାରତ ସ୍ବଚ୍ଚତା ଆଗରେ ଦୁଇ ପାଦ ଆଗୁଆ ରହିବା ପାଇଁ ସଂକଳ୍ପ ନିଆଯାଇଥିଲା । ବିଡିଓ, ସମୃଦ୍ଧ ଗାଁ, ଶକ୍ତିଶାଳୀ ପଞ୍ଚାୟତ ଓ ଗ୍ରାମପଞ୍ଚୟତ ବିକାଶ ଯୋଜନା ପାଇଁ ସଂକଳ୍ପ ରହିବ , ସର୍ବବ୍ଦା ସ୍ବଚ୍ଚତା ରଖିବା ସହ ସ୍ବଭାବ ସ୍ବଛତା ପାଳନ କରିବା ପାଇଁ କହିଥିଲେ । ଉପସ୍ଥିତ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜିବୀକା ମିଶନ, ଶିଶୁ ବିକାଶର ଅଧିକାରୀ ମାନେ ନିଜ ନିଜ ବିଭାଗର ଯୋଜନା ଏବଂ ସଫଳତା ସମନ୍ଦରେ ସମସ୍ତଙ୍କୁ ଅବଗତ କରାଇଥିଲେ । ୫୦ ଜଣ ହିତାଧିକାରୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ , ୨୨ ଜଣଙ୍କୁ କୃତଜ୍ଞତା ପତ୍ର ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଅନୁଷ୍ଠିତ ସ୍ବଚ୍ଚଭାରତ ସ୍ବଚ୍ଚତା ହିଁ ସେବା କାର୍ଯ୍ୟକ୍ରମର ପ୍ରତିଯୋଗିତାରେ ଭାଗ ନେଇ ଥିବା ୨୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପ୍ରସଂସା ପତ୍ର ବଣ୍ଟନ କରାଯାଇଥିଲା । ସଭାରେ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବଚ୍ଚ ଭାରତ ବିକାଶିତ ଭାରତ ଆମ ଯୋଜନା ସାସ୍କୃତିକ ନୃତ୍ୟ ପରିବେଣ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଶେଷରେ ବିଡିଓ ଶ୍ରୀ ଖର୍ସେଲ ଙ୍କ ଦ୍ବାରା ଶପଥ ପାଠ କରାଯାଇଥିଲା ଏବଂ ଜାତୀୟ ସଂଗୀତ ଗାନ ସହ ସଭା ସମାପ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପିଇଓ ଶଶାଙ୍କ ଶେଖର ସୁବୁଦ୍ଧି ମଞ୍ଚ ପରିଚାଳନା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେଷରେ ସମସ୍ତଙ୍କ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।
Related Posts
ଗଜପତି ଜିଲ୍ଲାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ:) ଭାବେ ଦାୟିତ୍ଵ ନେଲେ ଡ଼ାଃ ମହମ୍ମଦ ମୁବାରକା ଅଲ୍ଲୀ ।
ଗଜପତି ଜିଲ୍ଲାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ:) ଭାବେ ଦାୟିତ୍ଵ ନେଲେ ଡ଼ାଃ ମହମ୍ମଦ ମୁବାରକା ଅଲ୍ଲୀ । ଗଜପତି(ମନୋଜ ପାଢୀ/…
ଓଡ଼ିଶାର ବିକାଶରେ ଆନ୍ଧ୍ର ଠିକାଦାରଙ୍କ ଆନ୍ତରିକତା ନାହିଁ
ଓଡ଼ିଶାର ବିକାଶରେ ଆନ୍ଧ୍ର ଠିକାଦାରଙ୍କ ଆନ୍ତରିକତା ନାହିଁ ଗଜପତି (information media): ଆନ୍ଧ୍ରପ୍ରଦେଶ ଠିକାଦାର ଓଡ଼ିଶାରେ ଠିକା କାମ କରୁଛନ୍ତି. ଏହି ଠିକାଦାରମାନେ ଆନ୍ଧ୍ର ପ୍ରଦେଶର ହୋଇଥିବାରୁ…
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ । ନିଜକୁ ଓ ସମାଜ ପାଇଁ ସୁସ୍ଥ ରଖିବାକୁ ନିୟମିତ ଯୋଗାସନ କରିବାକୁ ଆହ୍ବାନ ।
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ । ନିଜକୁ ଓ ସମାଜ ପାଇଁ ସୁସ୍ଥ ରଖିବାକୁ ନିୟମିତ ଯୋଗାସନ କରିବାକୁ ଆହ୍ବାନ । ଗଜପତି…