ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ତଦନ୍ତ ନେଇ ପରିବାର ଲୋକଙ୍କ ଏସ୍‌ପି ଓ ଡିଆଜିଙ୍କ ଦ୍ବାରସ୍ଥ ହୋଇଛନ୍ତି।

କୋରାପୁଟ: ୩ତାରିଖ ଦିନ ସେମିଳିଗୁଡା ଥାନା ଅର୍ନ୍ତଗତ ବେହେରାଗୁଡ଼ା ଗାଁରେ ଗର୍ଭବତୀ ମହିଳା ରଚନା ସାହୁଙ୍କର ଅସ୍ବାଭାବିକ ପରିସ୍ଥିତିରେ ମୃତ୍ୟୁ ନେଇ ପରିବାର ଲୋକେ ଏସ୍‌ପି ଓ ଡିଆଜିଙ୍କ ଦ୍ବାରସ୍ଥ ହୋଇଛନ୍ତି। ପରିବାର ଲୋକେ ମହିଳାଙ୍କ ମୃତ୍ୟୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ମୃତ୍ୟୁକୁ ନେଇ ପରିବାରବର୍ଗ ସଂଦେହ ପ୍ରକାଶ କରିବା ସହ ସ୍ବାମୀଙ୍କ ସହ ଏକାଧିକ ପରିବାର ସଦସ୍ୟ ମିଳିତ ଭାବେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ସେମିଳିଗୁଡା ଥାନା ପୁଲିସ ମୃତ ରଚନାଙ୍କ ସ୍ବାମୀ ଅନିଲ କୁମାର ସାହୁଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଛି।

Leave a Reply

Your email address will not be published. Required fields are marked *