ଗରିବ ଭୂମିହୀନ ପରିବାରଙ୍କ ଜବରଦଖଲ ଉଛେଦ ନ କରିବାକୁ କନ୍ଧମାଳ ଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର

ଗରିବ ଭୂମିହୀନ ପରିବାରଙ୍କ ଜବରଦଖଲ ଉଛେଦ ନ କରିବାକୁ କନ୍ଧମାଳ ଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର….

କନ୍ଧମାଳ :-19/07(ରିପୋର୍ଟ କୁନା ଦିଗାଲ )ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲାରେ ଜବରଦଖଲ ଉଛେଦ ନେଇ ରାଜ୍ୟ ସରକାର ଜିଲ୍ଲାପାଳ ଙ୍କୁ ଦେଇଥିବା ଚିଠିକୁ ନେଇ ସହରବାସୀ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l ଫଳରେ ଏହାକୁ ନେଇ ଜିଲ୍ଲା ସିଟିଜେନ ଫୋରମ ଉଦବେଗ ପ୍ରକାଶ କରିବା ସହ ଆଜି ଶୁକ୍ରବାର ଫୋରମ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା ଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସମାଜ ସେବୀ ସତ୍ୟ ପ୍ରିୟ ମହାନ୍ତି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି l ଅଭିଯୋଗ ର ମୁଖ୍ୟ ଦାବୀ ଗରିବ ଭୂମିହୀନ ଲୋକଙ୍କୁ ଉଛେଦ ନକରିବା ପାଇଁ ଅନୁରୋଧ କରିଥିଲେ lଏଥି ସହ ଏହା ବିରୋଧ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସମେତ ସମସ୍ତ ୧୧ ଟି ଜାକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦେବl ପାଇଁ ଜିଲ୍ଲାପାଳ ଙ୍କୁ ଅବଗତ କରିବା ପରେ ଏହାର ଆବଶ୍ୟକତା ନଥିବା କହିଥିଲେ lତେବେ ସହରର ମୁଖ୍ୟ ରାସ୍ତା ଓ ଅନ୍ୟାନ୍ୟ ରାସ୍ତା ରେ ଡ୍ରେନ କିମ୍ବା ଡ୍ରେନ ଆଗକୁ ଆସି ଜବରଦଖଲ କରିଥିବା ଜାଗା ଖାଲି କରାଯିବ ବୋଲି କହିଥିଲେ l ଆ ବଶ୍ୟକ ସ୍ଥଳେ ବଡ଼ ଧରଣର ଉଛେଦ ବେଳେ ସିଟିଜେନ ଫୋରମ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ l ସେହିପରି ଗରିବ ଭୂମିହୀନ ମାନେ କମ ସ୍ଥାନରେ ଜବରଦଖଲ ରେଘର କରି ରହିଥିବା ସମ୍ପର୍କରେ ପ୍ରଶାସନ ଅବଗତ ଅଛି,ଏଥିରେ ଭୟଭୀତ ହେବାର କିଛିନାହିଁ ବୋଲି ଜିଲ୍ଲାପାଳ ପାଟିଲ କହିଥିଲେ l

Leave a Reply

Your email address will not be published. Required fields are marked *