ଗରିବଙ୍କ ପାଇଁ ପକ୍କାଘର ଅପହଞ୍ଚ,ଝାଟିମାଟି ଘରେ ବିତୁଛି ଦୁଇ ପ୍ରାଣୀଙ୍କ ଜୀବନ

ଗରିବଙ୍କ ପାଇଁ ପକ୍କାଘର ଅପହଞ୍ଚ,ଝାଟିମାଟି ଘରେ ବିତୁଛି ଦୁଇ ପ୍ରାଣୀଙ୍କ ଜୀବନ

କନ୍ଧମାଳ: -( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ସାରଙ୍ଗଡ଼ କୁମ୍ଭାର ସାହିର ଶକୁନ୍ତଳା ବେହେରା ପାଇଁ ସରକାରଙ୍କ ପକ୍କାଘର ଯୋଜନା ଅପହଞ୍ଚ ହୋଇପଡ଼ିଛି । ଦୁଇ ଜଣ ମା ପୁଅ ସଦସ୍ୟ ଦିର୍ଘ ବର୍ଷ ହେବ ଝାଟିମାଟି ପଲିଥିନ ଘରେ ବିପଦ ସଙ୍କୁଳ ଅବସ୍ଥାରେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି । ପକ୍କା ଘର ଖଣ୍ଡିଏ ନଥିବାରୁ ଅଧିକ ବର୍ଷା ପବନ ବହିବା ସମୟ ରେ ଏହି ବିପଦ ସଙ୍କୁଳ ଘର ଛାଡ଼ି ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି । ଗତ ୩ ମାସ ପୂର୍ବେ ହୋଇଥିବା ଲଗାଣ ବର୍ଷାରେ ତାଙ୍କର ଘର କାନ୍ଥ ଓ ଝାଟି ମାଟି ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ଦିନ ମଜୁରିଆ ଯାଇ ପାଇଥିବା ଟଙ୍କା ରେ କିଛି ମରାମତି କରିଥିବା କହିଛନ୍ତି । ଅର୍ଥ ଅଭାବରୁ ଘର ସଜାଡ଼ି ନପାରି ଝାଟିମାଟି ତଳେ ବିପଦ ସଙ୍କୁଳ ଅବସ୍ଥାରେ କାଳାତିପାତ କରୁଛନ୍ତି । ସରକାର ଙ୍କ ପକ୍ଷରୁ ତାଙ୍କୁ ଆଜି ପର୍ଯ୍ୟନ୍ତ ପକ୍କା ଘର ମିଳିନଥିବା ଅସହାୟ ବିଧବା ଶକୁନ୍ତଳା ବେହେରା ଦୁଃଖର ସହ କହିଛନ୍ତି । ପକ୍କା ଘର ଖଣ୍ଡିଏ ପାଇବା ପାଇଁ ଦୀର୍ଘ ବର୍ଷ ହେବ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ସୁଫଳ ମିଳିନାହିଁ । ଜଣେ ଦିନ ମଜୁରୀଆ ହୋଇଥିବା ବେଳେ ସବୁଦିନ ମୂଲ ମଜୁରୀ ମିଳୁନାହିଁ । ଯାହା କିଛି ମୂଲ ମଜୁରୀ ମିଳେ ସେଥିରେ ଦୁଇ ପ୍ରାଣୀ ଚଳିବା କଷ୍ଟେମଷ୍ଟେ ଚଳୁଥିବା ବେଳେ ପକ୍କା ଘର ଖଣ୍ଡିଏ କରିବା ତାଙ୍କ ପକ୍ଷେ ସାତ ସପନ ପାଲଟିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଳ ଛପର ଘରେ ବସବାସ କରୁଥିବା ପ୍ରତି ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଗରିବ ଙ୍କୁ ପକ୍କା ଘର ଯୋଗାଇବା ଦାଇତ୍ୱ ରେ ଥିବା ପ୍ରଶାସନ ଅଧିକାରୀ ଙ୍କ ଉଦାସୀନ ମନୋଭାବ ଯୋଗୁଁ ସରକାର ଙ୍କ ଯୋଜନା ଗରିବ ଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ କରିଛନ୍ତି । ଏହି ଗରିବ ପରିବାରଙ୍କ ଘର ତଦନ୍ତ କରି ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *