ଆର,ଉଦୟଗିରି(ମନୋଜ କୁମାର ପାଢୀ.24/04/24. ଚିକିତ୍ସାଧିନ ଅବସ୍ଥାରେ ୫ ବର୍ଷର ଶିଶୁ କନ୍ୟା ମୃତ୍ୟୁ ଘଟିଛି, ଆଶ୍ରମ ବିଦ୍ୟାଳୟ ଗରମ ଡ଼ାଲିରେ ପଡ଼ି ଶିଶୁ ଗୁରୁତର ହୋଇ କଟକ ମେଡ଼ିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାର ମୃତ୍ୟୁ ଘଟିଛି l ଗଜପତି ଜିଲ୍ଲା ମୋହନା ବ୍ଲକ ଦମାଦୁଆ ସରକାରୀ ବାଳିକା ଆଶ୍ରମ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା l ଗତ ୧୬ ତାରିଖ ସାନ୍ଧ୍ୟ ସମୟରେ ରୋଷେୟା ନମିତା ମଲ୍ଲିକ ତାଙ୍କ ୫ ବର୍ଷର ଝିଅକୁ ନେଇ ରୋଶେଇ କରିବାକୁ ଆଶ୍ରମ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ରୋଶେଇ କରୁଥିବା ସମୟରେ ଶିଶୁ କନ୍ୟା ଗରମ ଡାଲିରେ ପଡିଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ମୋହନା ଓ ପରେ କଟକ ମେଡ଼ିକାଲ୍ ରେ ଭର୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡ଼ିକାଲରେ ଆଜି ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ତେବେ ଏ ସମ୍ପର୍କରେ ସ୍କୁଲ କର୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
Related Posts
ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ସମ୍ବର୍ଦ୍ଧନା
ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ସମ୍ବର୍ଦ୍ଧନା ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ସରକାରୀ ଚାକିରୀରୁ…
ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମିଶନ ଶକ୍ତି କ୍ୟାଫେ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମିଶନ ଶକ୍ତି କ୍ୟାଫେ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭୁବନେଶ୍ୱର : ଆଜି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ…
The Odisha Finance Department has been holding Pre-Budget consultation with a cross section of the society
Odisha Chief Minister’s appeal Bhubaneswar: (( Abhishek Mohanty)The Odisha Finance Department has been holding Pre-Budget consultation with a cross section…