ଗଣ ପଦଯାତ୍ରା(ୱାକଥନ) ମାଧ୍ୟମରେ ସଚେତନ କରି କର୍କଟ ମୁକ୍ତ ଭାରତ ଗଠନ କରିବା ପ୍ରୟାସ 04.02.2025 ରିଖ ସକାଳ ଘ. 8.00 ମି ସମୟରେ ବ୍ରହ୍ମପୁର।ଆପଣ ଆସିବ ନା

ବିଶ୍ୱ କର୍କଟ ଦିବସ ଅବସରରେ ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର ସହଯୋଗରେ 04.02.2025 ରିଖ ସକାଳ ଘ. 8.00 ମି ସମୟରେ ସରକାରୀ ଆଇ ଟି ଆଇ ଖେଳ ପଡିଆ ଠାରେ ବିଶ୍ଵ କର୍କଟ ଦିବସ ଆୟୋଜିତ ହେବା ସହ କର୍କଟ ରୋଗ ସମ୍ପର୍କରେ ବ୍ୟାପକ ଜନ ସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଲୋକମାନଙ୍କୁ ଶିକ୍ଷିତ କରିବା, ସଚେତନ କରାଇବା ଏବଂ ଏହି ମାରାତ୍ମକ ରୋଗ ବିରୁଦ୍ଧରେ ଆମେମାନେ ସମୟୋଚିତ ପଦକ୍ଷେପ ନେବା ଏହି ଦିବସ ପାଳନର ଉଦ୍ଦେଶ୍ୟ ।ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିକ ସଂକ୍ରମଣରୁ କର୍କଟ ରୋଗର ଉତ୍ପତି ହୋଇଥାଏ। ବିଶ୍ଵ କର୍କଟ ଦିବସ ଅବସରରେ ସମସ୍ତେ ବ୍ୟକ୍ତିଗତ ତଥା ସାମୂହିକ ସ୍ତରରେ କ୍ୟାନ୍ସର ମୁକ୍ତ ସମାଜ ଗଠନ କରିବା ନିମନ୍ତେ ପ୍ରତିଜ୍ଞା କରିବାର ଆବଶ୍ୟକତା ରହିଛି। ଏହି ପରିପେକ୍ଷି ରେ କ୍ରାନ୍ତି ତରଫରୁ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ, ସାମାଜିକ ଅନୁଷ୍ଠାନ,ଗଣ ମାଧ୍ୟମ ବ୍ୟକ୍ତି ମାନଙ୍କୁ ନେଇ ଏକ ବିଶାଳ ଗଣ ପଦଯାତ୍ରା(ୱାକଥନ) ମାଧ୍ୟମରେ ସଚେତନ କରି କର୍କଟ ମୁକ୍ତ ଭାରତ ଗଠନ କରିବା ପ୍ରୟାସ କରିଛି।ଏଥିରେ ସକ୍ରିୟ ଯୋଗଦାନ କରି ବିଶ୍ଵ କର୍କଟ ଦିବସକୁ ସାଫଲ୍ୟ ମଣ୍ଡିତ କରିବା

Leave a Reply

Your email address will not be published. Required fields are marked *