ଗଡ଼୍ରାମାଳ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ନୂଆପଡା

ଗଡ଼୍ରାମାଳ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ନୂଆପଡା ୧୧/୦୩/ ଓମ ପ୍ରକାଶ ଚୌଧୁରୀ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଡ଼୍ରାମାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ହୋଇଥିବା ସଭାକାର୍ଯ୍ୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଡମ୍ବରୁ ଧର ମାଝୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟ ବ୍ରତ ଗହୀର,ମୁଖ୍ୟ ବକ୍ତା ଭାବରେ ନୀଳଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ରାକେଶ କୁମାର ମିଶ୍ର, ତଥା ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରୁଦ୍ରମାଧବ ଭୋଇ,ଶ୍ରୀଯୁକ୍ତ ଅର୍ଜୁନ ନାୟକ ଏବଂ ଭୂପେତ ନିଆଲ ଯୋଗ ଦେଇଥିଲେ ।ବିଦ୍ୟାଳୟର ସହଶିକ୍ଷୟିତ୍ରୀ ଶ୍ରୀମତୀ ସୁନାମା ପଣ୍ଡା ଅତିଥିଗଣଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ନେଗୀ ଓ ଛାତ୍ରୀଗଣ ଫୁଲ, ଚନ୍ଦନ ଦେଇ ସମ୍ମର୍ଦ୍ଧିତ କରିଥିଲେ। ଅତିଥିଗଣ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢିବାରେ ଗୁରୁଙ୍କ ଭୂମିକା ଅତି ଗୁରୁତ୍ୱ ପୂର୍ଣ୍ଣ ବୋଲି ମତ ରଖିଥିଲେ। ବିଭିନ୍ନ ବିଭାଗରେ କୃତିତ୍ୱ ଲାଭକରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ପରିଶେଷରେ ନଳିନୀ ପ୍ରଭା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ସମାପ୍ତିପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।ଶିକ୍ଷୟିତ୍ରୀ ଗଣ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ୟା ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *