ଗଡର ଗ୍ରାମ ତରଫରୁ ବନବିଭାଗକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ
ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ୍ ଛେଲାଗଡ ଗ୍ରାମ ପଞ୍ଚାୟତ ଗଡର ଗ୍ରାମରେ ଗ୍ରାମବାସୀଙ୍କ ଦ୍ଵାରା ବନବିଭାଗକୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରାମଗିରି ବାନାଞ୍ଚଳ ଅଧିକାରୀ ଶ୍ରୀ ପୀୟୂଷ ପଟ୍ଟନାୟକ , ସିମ୍ସ କଲେଜ ପ୍ରିନ୍ସପାଲ୍ ସଞ୍ଜୟ କୁମାର ସାହୁ,ଜିରାଙ୍ଗ ବନପାଳ ଶିବରାମ ସାବତ ,ଛେଲିଗଡ ବନପାଳ ପୂର୍ଣ୍ଣ ଚନ୍ଦ୍ର ଗୌଡ଼,ସାମ୍ବାଦିକ ବାବୁଲା ସେଠୀ, ସାମ୍ବାଦିକା ବର୍ଷା ରାଣୀ ମହଙ୍କୁଡ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ କରିଥିଲେ । ବନାଞ୍ଚଲ୍ ଅଧିକାରୀ ପୀୟୂଷ ପଟ୍ଟନାୟକ ଗ୍ରାମବାସୀଙ୍କୁ ବୃକ୍ଷ ରୋପଣ ର ଉପକାରିତା ଓ ଜଙ୍ଗଲ କ୍ଷୟ ର ଅପକାରିତା ଉପରେ ସଚେତନ କରିବାସହ ଗ୍ରାମବାସୀଙ୍କ ସହ ଜଙ୍ଗଲ ସୁରକ୍ଷା ନିମନ୍ତେ ସଦାସର୍ବଦା ତାଙ୍କ ସାଥିରେ ଅଛି ବୋଲି କହିଥିଲେ । ସେହି ପରି SIMS କଲେଜ ଅଧ୍ୟକ୍ଷ ଗ୍ରାମର ଗରିବ ପିଲାମାନେ କିଭଳି ସୁବିଧାରେ ନିଜର ପାଠପଢା ଉପରେ ଧ୍ୟାନ ଦେବେ ଓ ପ୍ରତ୍ୟେକ କ୍ଷେତ୍ରରେ ସେ ସେମାନଙ୍କୁ ସହଯୋଗର ହାତ ବଡ଼ାଇବେ ବୋଲି କଥାଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବନବିଭାଗ ସମ୍ବନ୍ଧୀୟ ପ୍ରଶ୍ନ ଗ୍ରାମବାସୀ ବନାଞ୍ଚଳ ଅଧିକାରୀଙ୍କୁ ପଚାରିଥିଲେ ଏବଂ ତାହାର ଉତ୍ତର ଅଧିକାରୀ ମହାଶୟ ଗ୍ରାବାବାସୀଙ୍କ ଠାରେ ପ୍ରାଞ୍ଜଳ ଭାବେ ଉପସ୍ଥାପନା କରିଥିଲେ । ଗ୍ରାମବାସୀଙ୍କ ସଚେତନ ନିମନ୍ତେ ଏହି ସୁନ୍ଦର ସଚେତନ କାର୍ଯ୍ୟକ୍ରମ ଟିକୁ ଗ୍ରାମର ୱାର୍ଡ ମେମ୍ବର ଶ୍ରୀ ମୋହନ ବଡନାୟକ , ଗ୍ରାମ ସେକ୍ରେଟାରୀ ଦଣ୍ଡପାଣି ମାଝୀ ଓ ସ୍ଵପ୍ନେଶ୍ୱର୍ ମନ୍ଦିର ପୂଜକ ପରିଚାଳନା କରିଥିଲେ ।