ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ସୁଧାଂଶୁ କୁମାର ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବସୁନ୍ଧରା ଯୋଜନା ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୬୩୨ ଜଣ ଭୂମିହୀନଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ କୁହାଯାଇଛି।ସହରାଚଂଳ ହେଉବା ଗ୍ରାମାଚଂଳ ହେଉ ଯିଏ ବି ସରକାରୀ ଜମି ଜବଲଦଖଲ କରି କୋଠା ନିର୍ମାଣ କରିଛନ୍ତି ତୁରନ୍ତ ତାହା ଚିହ୍ନଟ କରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରମାନଙ୍କୁ କୁହାଯାଇଛି। ଆବେଦନ ଆସିଥିବା ଗ୍ରାମକଣ୍ଠକ କେସ ଗୁଡିକ ଫଇସଲା କରି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବାକୁ ତହସିଲଦାରମାନଙ୍କୁ ନିର୍ଦେଶ ଦିଆଯାଇଛି। ବେ-ବନ୍ଦୋବସ୍ତ ଥିବା ଜମିକୁ ବନ୍ଦୋବସ୍ତ କରିବାକୁ ବୈଠକରେ କୁହାଯାଇଥିଲା।ସରକାରୀ ସ୍କୁଲ, କଲେଜ ଓ ଡିଗ୍ରୀ କଲେଜ (ପ୍ରାୟ ୧୫୦୦) ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ପ୍ରଦାନ କରିବାକୁ କୁହାଯାଇଛି। ବିଭିନ୍ନ ବିଭାଗର ଲକ୍ଷ୍ୟ ଧାର୍ଯ୍ୟକୁ ପୂରଣ କରିବା ପାଇଁ କୁହାଯାଇଥିବା ବେଳେ ସମୟସୀମା ମଧ୍ୟରେ ଲକ୍ଷ୍ୟ ହାସଲ କରିବାକୁ କୁହାଯାଇଛି। ଗଞ୍ଜାମ ଓ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ବେଆଇନ ମଦ କାରବାର,ଚୋରାଚାଲାଣ ରୋକିବାକୁ କୁହାଯାଇଛି, ଏନଫୋସମେଂଟ ଟିମ ଗଠନ କରି ଚଢାଉକୁ ଜୋରଦାର କରିବାକୁ କୁହାଯାଇଛି।ସେହିପରି ସଡକ ଦୃର୍ଘଟଣା ସଂଖ୍ୟା ହ୍ରାସ ପାଇଁ ଆରଟିଓ ଙ୍କ ପକ୍ଷରୁ ହେଲମେଟ ଚେକିଂ ସହିତ ଅଧିକରୁ ଅଧିକ ଏନଫୋସମେଂଟ କରିବାକୁ କୁହାଯାଇଥିଲା। ବିଶେଷକରି ଜାତୀୟ ରାଜପଥ, ସହରାଚଂଳ,ସ୍କୁଲ ବସ ଆଦି ସ୍ଥାନରେ କଡାକଡି ଚେକିଂ ପାଇଁ ଆରଟିଓ ଙ୍କୁ କୁହାଯାଇଛି। ମାପ ଓ ଓଜନ ବିଭାଗକୁ ମଧ୍ୟ ଚଢାଉ କରିବାକୁ ନିର୍ଦେଶ ଦିଆଯାଇଛି।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତାଗିର, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ ଓ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠି,ଡେପୁଟି କଲେକ୍ଟର (ରାଜସ୍ୱ )ପ୍ରଦୀପ କୁମାର ସାହୁଙ୍କ ସମେତ ସମସ୍ତ ତହସିଲଦାର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ରିପୋର୍ଟ୍:(କୈଳାଶ ଚନ୍ଦ୍ର ଚୌଧୁରୀ):