ଗଞ୍ଜାମ ଓ ଗଜପତି ଜିଲ୍ଲା ରଜକ ସମାଜ ପକ୍ଷରୁ ମୋହନା ବ୍ଲକ ଆକିଲୀ କେଶରୀ ନଗର ହନୁମାନ ମନ୍ଦୀର ରେ ବୈଠକ ଅନୁଷ୍ଠିତ। ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଆଜି ଦିନ ୧୨ ଘଣ୍ଟ ସମୟରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ରଜକ ସମାଜ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ, ଶିକ୍ଷା , ସ୍ବାସ୍ଥ୍ୟ ଭଳି ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରାଯିବା ସହ ରଜକ ସମାଜ କିଭଳି ଭାବେ ଏକତ୍ରିତ ହୋଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେବ ସମାଜ ପକ୍ଷରୁ ତାହା ଉପରେ ବୈଠକ କରି ଆଲୋଚନା କରାଯାଇଥିଲା। ଦିନକୁ ଦିନ ସମାଜ ରେ ଲାଗି ରହିଥିବା ଅନୈତିକ କାର୍ଯ୍ୟକଳାପ ଯୋଗୁଁ ବିଭିନ୍ନ ଜାତି ମଧ୍ୟରେ ଭେଦ ଭାବ ବଢ଼ିବାରେ ଲାଗିଛି। ଯାହା କି ରଜକ ସମାଜ ପକ୍ଷରୁ ସମସ୍ତ କାର୍ଯ୍ୟ ସୁଚାର ରୁପେ କରିବା ସହ ପୁଅ ଝିଅ ମାନେ ନିଜ ଜାତି ଛଢ଼ା ଅନ୍ୟ ଜାତି ର ପୁଅ ଝିଅ ଙ୍କୁ ବିବାହ ନ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଯଦି ଅନ୍ୟ ଜାତିରେ କୌଣସି ପୁଅ କିମ୍ବା ଝିଅ ବିବାହ କରନ୍ତି ତା ହେଲେ ରଜକ ସମାଜ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ନେ଼ଇ ବୈଠକ ରେ ଆଲୋଚନା ହୋଇଥିଲା। ଏହି ବୈଠକ ରେ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସେଠୀ ଓ ଗଜପତି ଜିଲ୍ଲା ସଭାପତି ନାରାୟଣ ସେଠୀ ଙ୍କ ସହ ବିଭିନ୍ନ ତାଳୁକା ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।
ଗଞ୍ଜାମ ଓ ଗଜପତି ଜିଲ୍ଲା ରଜକ ସମାଜ ପକ୍ଷରୁ ମୋହନା ବ୍ଲକ ଆକିଲୀ କେଶରୀ ନଗର ହନୁମାନ ମନ୍ଦୀର ରେ ବୈଠକ ଅନୁଷ୍ଠିତ।
