ଗଜପତି ରେ ବରିଷ୍ଟ ଓକିଲ ଙ୍କୁ ଏସିଡ ମାଡ ଘଟଣାରେ ସମ୍ପୃକ୍ତ ଆସାମୀ ଙ୍କୁ ଗିରଫ ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଆଇନ ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ । ଆର, ଉଦୟଗିରି(ମନୋଜ କୁମାର ପାଢୀ)- ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଠାରେ କାର୍ଯ୍ୟ କରୁଥିବା ଓକିଲ ତଥା ମୋହନା ଓକିଲ ସଂଘ ଏକତ୍ରିତ ହୋଇ କୋର୍ଟ ପରିସର ରୁ ଏକ ଶୋଭାଯାତ୍ରା ରେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚି ତହସିଲଦାର ଙ୍କ ଅନୁପସ୍ଥିତିରେ ତହସିଲ ଅଫିସ ର ବରିଷ୍ଟ କିରାଣୀ ଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ସେହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଚଳିତ ମାସ ନ’ତାରିଖ ଅପରାହ୍ନ ୪.୩୦ ମିନିଟ ସମୟରେ ପାରଳାଖେମୁଣ୍ଡି ର ବରିଷ୍ଟ ଓକିଲ ପି. ରାମା ରାଓ ଘରେ ବିଶ୍ରାମ ନେଉଥିବା ସମୟରେ ଦୁଇ ଜଣ ମୁଖା ଧରି ଦୁର୍ବୃତ୍ତ ବୁଲେଟ୍ ରେ ଆସି କବାଟ ବାଡେଇ ଡାକି ଅତର୍କିତ ଏସିଡ ମାଡ କରି ସେହି ଦିନ ଠାରୁ ଫେରାର ଅଛନ୍ତି। ସେହି ଘଟଣା ଫଳରେ ବରିଷ୍ଟ ଓକିଲ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଆସାମୀ ମାନଙ୍କୁ ଯଥା ଶୀଘ୍ର ଗିରଫ କରିବା ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଏକ ଆଇନ ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏହି ଦାବୀ ପତ୍ର ପ୍ରଦାନ ସହ ଶୋଭାଯାତ୍ରା ର ନେତୃତ୍ଵ ନେଇଥିଲେ ବାର ଆସୋସିଏସନ୍ ର ସଭାପତି ସନ୍ତୋଷ କୁମାର ପାଢ଼ୀ ଏବଂ ସଂଗଠନ ର କର୍ମକର୍ତ୍ତା। ଏବଂ ଶୋଭାଯାତ୍ରା ରେ ସମସ୍ତ ଓକିଲ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।
Related Posts
ଖଡ଼ିଆଳ ବ୍ଲକ ବଡମୁଲା ଗାଁରେ ବିଶୁଦ୍ଧ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି ।
*ପାଣି ସମସ୍ୟା ଖଡ଼ିଆଳ ବ୍ଲକ:(ଓମ ପ୍ରକାଶ ଚୌଧୁରୀ) ପ୍ରବଳ ଗ୍ରୀଷ୍ମ ପ୍ରବାହ, ଅସହ୍ୟ ତାତିରେ ନଦୀ ନାଳ ପୋଖରୀ ପାଣି ଶୁଖିଲା ପଡିଛି । ଘର କୂପ…
ଦାରିଙ୍ଗବାଡି ଠାରେ ଲୋକକଳା ମହୋତ୍ସବ ଅନୁଷ୍ଠିତ ସଂଗଠନ ତରଫରୁ ତହସିଲଦାର ଙ୍କୁ ଦାବିପତ୍ର
ଦାରିଙ୍ଗବାଡି ଠାରେ ଲୋକକଳା ମହୋତ୍ସବ ଅନୁଷ୍ଠିତ ସଂଗଠନ ତରଫରୁ ତହସିଲଦାର ଙ୍କୁ ଦାବିପତ୍ର………………………………………….. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା…
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ।
ଦିଲ୍ଲୀ :ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଆଜି ଅପରାହ୍ନରେ ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫାପତ୍ର…