ଗଜପତି ଜିଲ୍ଲା ବିଜେପି ଜିଲ୍ଲା ସଭାପତି ହେଲେ ନବକିଶୋର ଶବର ଆର,ଉଦୟଗିରି:୧୭/୨(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲାର ବିଜେପି ଜିଲ୍ଲା ସଭାପତି ହେଲେ ପୁର୍ବତନ ବ୍ଲକ ଅଧକ୍ଷ ନବକିଶୋର ଶବର. ପ୍ରକାଶ ଯେ ରାୟଗଡ ସଦର ବାସିନ୍ଦା ଶ୍ରୀ ଶବର ୨୦୧୭ ମସିହା ଠାରୁ ବିଜେପି ରେ ଯୋଗ ଦେଇ ଦଳର ଜଣେ ଟାଣୁଆ ନେତା ଭାବେ ପରିଚିତ ଆସୁଛନ୍ତି . ରାଜ୍ୟ ବିଜେପି ଦଳ ପକ୍ଷରୁ ତାଙ୍କ ନାମ କୁ ଘଷଣା କରିବା ପରେ ଚାରି ଆଡୁ ତାଙ୍କୁ ଶୁଭେଚ୍ଛା ର ବାର୍ତା ଛୁଟି ଆସୁଛି.ଆଜି ସେ ଜିଲ୍ଲା କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମିଳନୀ କରି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ,ମୁଖ୍ୟମନ୍ତ୍ରୀ ମୋନନ ଚରଣ ମାଝୀ,ସାଂସଦ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି କେ.ନାରାୟଣ ରାଓ ଓ ଦଳର ସମସ୍ତ କାର୍ଯ୍ୟ କର୍ତା ଙ୍କୁ ଧନ୍ୟବାଦ ଜଣାଇ ଛନ୍ତି. ଆଗାମୀ ଦିନରେ ଦଳ ପାଇଁ କାର୍ଯ୍ୟ କରି ପଂଚାୟତ ନିର୍ବାଚନ ରେ ଦଳକୁ ଜିତାଇ ଜିଲ୍ଲା ର ସମସ୍ତ ବ୍ଲକରେ ବିଜେପି ଦଳର ସରପଞ୍ଚ ଠାରୁ ସମିତି ସଭ୍ୟ, ବ୍ଲକ ଅଧକ୍ଷ ଓ ଜିଲ୍ଲା ପରିଷଦ ପାର୍ଥି ଙ୍କୁ ବିଜୟୀ କରିବା ପାଇଁ ସମସ୍ତ ଙ୍କ ସହଯୋଗ ନେଇ କାର୍ଯ୍ୟ କରିବି ବୋଲି ପ୍ରକାଶ କରିଛନ୍ତି।
Related Posts

ଲମ୍ବାଗୁଡ୍ରି ସରକାରୀ ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ
ଲମ୍ବାଗୁଡ୍ରି ସରକାରୀ ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ .. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି…

ଶଙ୍କରାଖୋଲ ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଶଙ୍କରାଖୋଲ ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ .. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଚକାପାଦ ବ୍ଲକ…

ଖତ ଖାଉଛି ବିଜୁ ଗାଁ ଗାଡ଼ି, ପ୍ରଶାସନ ନିରବ ଦ୍ରଷ୍ଟା
ଖତ ଖାଉଛି ବିଜୁ ଗାଁ ଗାଡ଼ି, ପ୍ରଶାସନ ନିରବ ଦ୍ରଷ୍ଟା ଆର,ଉଦୟଗିରି(ମନୋଜ କୁମାର ପାଢୀ; ୦୯/୧୧ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ରେ ଦିର୍ଘ ବର୍ଷ ଧରି…