ଗଜପତିରେ ପୂର୍ତ୍ତ ବିଭାଗର ଦାୟିତ୍ୱହୀନତା ଖେଳ
ଗଜପତି, (ମନୋଜ କୁମାର ପୀଢ)-:ଗଜପତି ଜିଲ୍ଲାରେ ପୂର୍ତ୍ତ ବିଭାଗର ଦାୟିତ୍ୱହୀନତା ରୂପକ ଖେଳ ଯୋଗୁଁ ସାଧାରଣଙ୍କ ପାଇଁ ଏହା କାଳ ପାଲଟିଛି. ନିତିଦିନିଆ ମୁଖ୍ୟ ରାସ୍ତାକୁ ନିର୍ମାଣ କରିବା ପାଇଁ ଗତ ୨ ସପ୍ତାହ ଧରି ୨ କିମି ଉର୍ଦ୍ଧ ରାସ୍ତା ଖୋଳି ଦେଇ ସେପରି ଛାଡି ଦେବା ଯୋଗୁଁ ସମ୍ପୂକ୍ତ ରାସ୍ତାଟି ମରଣଯନ୍ତା ପାଲଟିଛି. ଏହି ରାସ୍ତା ନିକଟରେ ରହିଥିବା ଜନବସତିରେ ଏହି ରାସ୍ତା ଯୋଗୁଁ ଧୂଳି ଧୂସରରୁ ରକ୍ଷା ପାଇବା ପାଇଁ ଲୋକେ ପ୍ରତେକ ଦିନ ୨୪ ଘଣ୍ଟା କବାଟ ବନ୍ଦ କରି ଘରେ ରହୁଛନ୍ତି ଲୋକେ. ଏଥିସହ ଏହି ରାସ୍ତା ଦେଇ ପାଦ ଚଲା ଠାରୁ ଆରମ୍ଭ କରି ଯାନବାହାନାରେ ଯିବା ଆସିବା କରିବା ସମୟରେ ପ୍ରାୟ ପ୍ରତେକ ସମୟରେ ରାସ୍ତା ଖୋଳିବା ଦ୍ୱାରା ଉଠି ରହିଥିବା ମେଟାଲ ଆଘାତରେ ଲୋକେ ଆହତ ହେଉଛନ୍ତି. ଅତି ତୁରନ୍ତ ଏହି ସମସ୍ୟାର ସମାଧାନ କରାନଗଲେ ଲୋକେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି. ଘଟଣାରୁ ପ୍ରକାଶ, ଗୋଷାଣି ବ୍ଲକ ଅନ୍ତର୍ଗତ ମହାଦେଇପୁର-ଗୁରାଣ୍ଡି ମୁଖ୍ୟରାସ୍ତାକୁ ଖୋଳି ଛାଡି ଦିଆଯାଇଥିବା ଯୋଗୁଁ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ଅଞ୍ଚଳବାସୀ କହିବା ପ୍ରକାରେ ପ୍ରାୟ ୨2ସପ୍ତାହ ପୂର୍ବେ ପୂର୍ତ୍ତବିଭାଗ ପକ୍ଷରୁ ରାସ୍ତାକାମନାମରେ ଖନନ କରାଯାଇଥିଲା | ପୁରୁଣା ରାସ୍ତାକୁ ସମ୍ପୂର୍ଣ ଭାବେ ଖୋଳି ଦିଆଯାଇଛି| ପୁରୁଣା ପିଚୁ ଓ ମେଟାଲ ଗୁଡିକୁ ପୁଣି ରୋଲର ମଡାଇ ଦିଆଯାଇଛି। ହେଲେ ଏଥିଯୋଗୁଁ ଉପୁଜୁଥିବା ସମସ୍ୟା ଲୋକଙ୍କ ପାଇଁ ଘାତକ ସାଜିଛି. ବିକ୍ଷିପ୍ତ ହୋଇପଡିଥିବା ମେଟାଲ ଗୁଡିକ କୌଣସି ଭାରିଯାନ ଯାତାୟତ କଲାବେଳେ ପଥଚାରୀଙ୍କ ଠାରୁ ଆରମ୍ଭ କରି ବାଇକ ଚାଳକଙ୍କ ଉପରେ ଛିକିଟି ପଡୁଥିବା ଯୋଗୁଁ ସେମାନେ ଆହତ ହେଉଛନ୍ତି ଲୋକେ. ସେହିପରି ଭାରୀଯାନ ଯାତାୟତ ବେଳେ ଧୂଳି ଧୂସର ଉଡି ଘରକୁ ପ୍ରବେଶ କରୁଥିବାରୁ ଏହି ଅଞ୍ଚଳର ଲୋକେ ୨୪ଘଣ୍ଟା କାଳ କବାଟ ବନ୍ଦ କରି ରହୁଛନ୍ତି । ହୋଟେଲ୍ କରିଥିବା ବ୍ୟକ୍ତିବିଶେଷ ତଥା ବ୍ୟବସାୟୀ ଧୂଳି ଉଡୁଥିବା ଯୋଗୁଁ ନିଜ ନିଜର ବ୍ୟବସାୟ ବନ୍ଦ କରିଦେଇଥିବାର ପ୍ରକାଶ କରିଛନ୍ତି. ଏହା ସହ ଏହି ଧୂଳି ଉଡିବା ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶରେ ଲୋକେ ହନ୍ତସନ୍ତ ହୋଇ ଜୀବନ କାଟୁଥିବା ପ୍ରକାଶ କରିଛନ୍ତି | ଯଦି ରାସ୍ତା କାମ ବିଳମ୍ବରେ କରିବାର ଥିଲା ତେବେ କାହିଁକି ପୂର୍ତ୍ତବିଭାଗ ତତ୍ପରତା ଦେଖାଇ ଖନନ କରିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି I ଠିକାଦାର କାମ ଆରମ୍ଭ କରିଦେଇ ଚାଲିଯାଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା ଲୋକଙ୍କ ପାଇଁ କାଳ ସାଜିଛି ଏହି ରାସ୍ତା. ଏନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଞ୍ଚଳବାସୀ କହିଛନ୍ତି I ତୁରନ୍ତ ରାସ୍ତାକାମ କରାଗଲେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀଅଞ୍ଚଳବାସୀ ।