ଗଜପତିରୁ ଆନ୍ଧ୍ରକୁ ୨୧୦ କେଜି ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ ଗଜପତି- (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ରାୟଗଡ଼ ଥାନା ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ସମୟରେ ଆନ୍ଧ୍ରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ନାରାୟଣପୁର ଗ୍ରାମ ନିକଟରେ ଏକ ଅଟୋ ସହ ଗଞ୍ଜେଇ ଜବତ କରାଯାଇଛି. ଏଥିରେ ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଗଣ୍ଡାହାତୀ ଗ୍ରାମର ଅଟୋ ଡ୍ରାଇଭର ଧୀରେନ୍ ଜେନା I ଏସମ୍ପର୍କରେ ମାମଲା ରୁଜୁ କରି ଆସାମୀଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରୀନା ରାଣୀ ସାହୁ କହିଛନ୍ତି I ସୂଚନା ଯୋଗ୍ୟ ଯେ, ରାମଗିରି ଠାରୁ ଲାଞ୍ଜିପଦର ଦେଇ ଆନ୍ଧ୍ର ପ୍ରଦେଶର ପଲାସାକୁ ଗଞ୍ଜେଇ ନେଇ ଏକ ଅଟୋ ଯାଉଥିବା ବେଳେ ରାୟଗଡ଼ ପୁଲିସ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନାରାୟଣପୁର ଗ୍ରାମ ନିକଟରେ ଧରିଥ୍ଲା I ସେଥ୍ରୁ ୨୧୦ କେଜି ଗଞ୍ଜେଇ ସହ ଏକ ଅଟୋକୁ ଜବତ କରିଛି ପୁଲିସ ।
Related Posts

ଟିକାବାଲି ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ
ଟିକାବାଲି ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ…. ଟିକାବାଲି :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିକାବାଲି ହାଇସ୍କୁଲ…

ରାୟଗଡା ଜିଲ୍ଳାର ଚୁଡାନ୍ତ ଭୋଟର ତାଲିକା ଅନୁଯାଇ ଜିଲ୍ଳାରେ ଭୋଟରଙ୍କ ସଂଖ୍ୟା ୭୨୦୦୪୧
ରାୟଗଡା ଜିଲ୍ଳାର ଚୁଡାନ୍ତ ଭୋଟର ତାଲିକା ଅନୁଯାଇ ଜିଲ୍ଳାରେ ଭୋଟରଙ୍କ ସଂଖ୍ୟା ୭୨୦୦୪୧ ରାୟଗଡା: ରାୟଗଡା ଜିଲ୍ଳାରେ ଥିବା ଭୋଟରଙ୍କ ଚୁଡାନ୍ତି ତାଲିକାକୁ ଅତିରକ୍ତ ଜିଲ୍ଳା ନିର୍ବାଚନ…

ଅନେକ ଗାଁ ଜଳବନ୍ଦୀରେ ବିଦ୍ୟୁତ୍ ତାର ଦ୍ୱାରା ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଲୋକେ
ଅନେକ ଗାଁ ଜଳବନ୍ଦୀରେ ବିଦ୍ୟୁତ୍ ତାର ଦ୍ୱାରା ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଲୋକେ ଆର, ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାରେ କିଛି ଦିନ…