ଗଛରୁ ଝୁଲନ୍ତା ମୃତଦେହ ଜବତ, ହତ୍ୟା ଅଭିଯୋଗ ଆର,ଉଦୟଗିରି(ମନୋଜ କୁମାର ପାଢୀ/13/5/ ମୋହନା ଥାନା ବନ୍ଧଗଣି ଛକ ନିକଟରେ ପୁଲିସ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ଥା ଅବସ୍ଥାରେ ଉଦ୍ଧାର କରିଛି । ସେ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚାଞ୍ଛଡାପଲ୍ଲୀ ଗାଁର ପିଣ୍ଟୁ ପାତ୍ର । ଶନିବାର ଯୁବକ ଜଣଙ୍କ ଘରୁ ବ୍ୟବସାୟ ଉଦ୍ଦେଶ୍ୟରେ ଅଟୋରେ ଧୂପକାଠି ନେଇ ମୋହନା ଯାଇଥିଲେ । ହେଲେ ସେ ରାତିରେ ଆଉ ନିଜ ଘରକୁ ଫେରିନଥିଲେ । ପରିବାର ଲୋକେ ଯୋଗାଯୋଗ କରିଥିଲେ ମଧ୍ୟ ଯୁବକଙ୍କ ଫୋନ୍ ସୁଇଜ୍ ଅଫ୍ ଥିଲା । ରବିବାର ସକାଳେ ସ୍ଥାନୀୟ ଲୋକେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହିଞ୍ଚି ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରି ଘଟଣାସ୍ଥଳରୁ ମୋବାଇଲ୍ ଫୋନ୍, ଆଧାରକାର୍ଡ ଓ ଏକ ଡାଇରି ଜବତ କରିଛି । ପରିବାର ଲୋକେ ପୁଅକୁ କେହି ହତ୍ୟା କରି ଗଛରେ ଟାଙ୍ଗାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
Related Posts

ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର
ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ଗଜପତି ,(୪/୫/୨୦୨୪) ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଥରେ ବିଜେଡି ଦଳରେ ସୁପ୍ରିମୋ ନବୀନ ପଟ୍ଟନାୟକ…

ମହେନ୍ଦ୍ରଗଡ଼ ହାଇସ୍କୁଲରେ ରେଡ ରିବନ କ୍ଲବର ଏଡ଼ସ ସଚେତନତା ଶିବିର
ମହେନ୍ଦ୍ରଗଡ଼ ହାଇସ୍କୁଲରେ ରେଡ ରିବନ କ୍ଲବର ଏଡ଼ସ ସଚେତନତା ଶିବିର ଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା 02.11.24 ରିଖ ରେ ମହେନ୍ଦ୍ରଗଡ଼ ହାଇସ୍କୁଲ ପରିସରରେ ରେଡ…

ମୋହନା ଏମ କେ ସି ଜି ଦିବ୍ୟାଙ୍ଗ ବିଦ୍ୟାଳୟ କୁ ଜିଲ୍ଲା ଅଧିକାରୀଙ୍କ ଦ୍ଵାରା ପରିଚାଳନା ସମ୍ବନ୍ଧୀୟ ତଦନ୍ତ ।
ମୋହନା ଏମ କେ ସି ଜି ଦିବ୍ୟାଙ୍ଗ ବିଦ୍ୟାଳୟ କୁ ଜିଲ୍ଲା ଅଧିକାରୀଙ୍କ ଦ୍ଵାରା ପରିଚାଳନା ସମ୍ବନ୍ଧୀୟ ତଦନ୍ତ । ଆର, ଉଦୟଗିରି( ମନୋଜ କୁମାର ପାଢୀ/…