ଗଛକୁ ପିଟି ହୋଇ ଦୁର୍ଘଟଣାର ସମ୍ମୁଖିନ କାର୍ ଚାଳକ ମୃତ, ଦୁଇ ଯୁବକ ଗୁରୁତର।
ବଡଗଡ ଥାନା ଅର୍ନ୍ତଗତ ସିଙ୍ଗିପୁର ଛକରେ ଏକ ଗଛକୁ ପିଟି ହୋଇ ଦୁର୍ଘଟଣାର ସମ୍ମୁଖିନ ହୋଇଛି ଏକ କାର୍। ବ୍ରହ୍ମପୁର ସହର ର ଦୀପକ ବେହେରା ନାମକ ଜଣେ କାର୍ ଚାଳକ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କାର୍ ରେ ବସିଥିବା ଦୁଇ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି। ଘଟଣାସ୍ଥଳରୁ ଜଣାପଡିଛି ଯେ କୌଣସି କାମରେ ଆସି ବ୍ରହ୍ମପୁର ଫେରୁଥିବା ବେଳେ କାର୍ ଚାଳକ ଦୀପକ ଭାରସାମ୍ୟ ହରାଇ ଉକ୍ତ ଗଛକୁ ପିଟି ଦେଇଥିଲା। ଉପସ୍ଥିତ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ଦୀପକ୍ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!