ଗଙ୍ଗାଦେବୀ ଠାକୁରାଣୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଟା ପାଇଁ କଳସ ଯାତ୍ରା

ଗଙ୍ଗାଦେବୀ ଠାକୁରାଣୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଟା ପାଇଁ କଳସ ଯାତ୍ରା

ରାୟଗଡ଼ା,୬/୦୩(ପ୍ରଫୁଲ କୁମାର ବେହେରା) ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ଅଧିଷ୍ଟାତ୍ରୀ ଦେବୀ ମାଁ ଗଙ୍ଗାଦେବୀ ଠାକୁରାଣୀ ଙ୍କ ନୂତନ ମନ୍ଦିର ,ବିଗ୍ରହ ପ୍ରତିଷ୍ଟା ଓ ଅଗ୍ନିଭୈରବୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଟା ପାଇଁ ଆଜି କଳସ ଯାତ୍ରା ଚଳଚଂଚଳ ‌ହୋଇ ଉଠିଲାଣି ଏହା କଳସ ଯାତ୍ରା ପାଇଁ ନିକଟସ୍ଥ ପୋଖରୀରୁ ପୂଜା ପାଠ ସହ କଳସ ଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ନିକଟସ୍ଥ ପହଞ୍ଚି ଥିଲେ । ଏହା ସହ ମନ୍ଦିର କୁ ଫୁଲ ରେ ସଜା ହୋଇ ଗଲାଣି ।ମନ୍ଦିର ମଖ୍ୟ ପୁଜକ ଉମାଶଙ୍କର ଦଣ୍ଡସେନା ।ଓ ଆଜି ସକାଳୁ କଳଶଯାତ୍ରା କରି ଅଙ୍କୁରାରୋପଣ,ମଣ୍ଡଳ କରଣ ହେବାକୁଥିବା ବେଳେ ୭ତାରିଖଦିନକର୍ମାରମ୍ଭ,ଅଗ୍ନିସ୍ଥାପନ,ଗର୍ଭାଧାନ,ବନଯୋଗ ୮ତାରିଖଦିନ ରତ୍ନମୁଦ,ମହାସ୍ନାନ,ଶୟନ କାର୍ଯ୍ୟକ୍ରମ ଥିବା ବେଳେ ୯ତାରିଖ ଦିନ ପ୍ରାଣ ପ୍ରତିଷ୍ଟା ଏବଂ ୧୦ତାରିଖରେ ସିଂହାସନ ଆରୋହଣ,ପୂର୍ଣାହୁତି ଓ ପ୍ରଷାଦ ସେବନ ଅନୁଷ୍ଟିତ ହେବ।୧ଗୋଟି ମନ୍ଦିର ପ୍ରତିଷ୍ଟା ହେଉଥିବାରୁ ଅଞ୍ଚଳର ସମସ୍ତ ଭକ୍ତବୃନ୍ଦ ଙ୍କୁ ଯୋଗଦେବା ପାଇଁ ମନ୍ଦିର ପ୍ରତିଷ୍ଟା କମିଟିର ସଭାପତି ସନ୍ତୋଷ ମହାନ୍ତି ସୂଚନା ଦେଇଛନ୍ତି। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ !

Leave a Reply

Your email address will not be published. Required fields are marked *