ଖେଦାପୋଡ଼ା ପଞ୍ଚାୟତ ର ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ
ରାୟଗଡା : ରାୟଗଡା ଜ଼ିଲ୍ଲା ତଃ କୋଳନରା ବ୍ଲକ ର ଖେଦାପୋଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ଦିନ ବିକଶିତ ଗାଁ ବିକଶିତ ଓଡିଶା ଓ ସମୃଦ୍ଧ ଓଡିଶା ର ନୂତନ ପରିଭାଷା ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭା ରେ ପଞ୍ଚାୟତ କାର୍ୟନିର୍ବାହୀ ଅଧିକାରୀଙ୍କୁ ଲିଙ୍ଗରାଜ ତାଡିଙ୍ଗି ସରପଞ୍ଚ ନରସିଂହ କୀଲାକା ଖେଦାପୋଡ଼ା ସମିତି ସଭ୍ୟ ତଥା ବ୍ଲକ ଉପାଦକ୍ଷ ହଳଧର ହିମରିକା ଙ୍କ ସମତେ ସମସ୍ତ ୱାର୍ଡ ର ସଭ୍ୟ ସଭ୍ୟା ଙ୍କ ସମତେ ପଞ୍ଚାୟତ ର ବହୁ ଜନସାଧାରଣ ଉପସ୍ଥିତ ରହି. ନିଜ ନିଜ ଅଞ୍ଚଳ ର ଅଭାବ ଅସୁବିଧା ସମସ୍ୟା ସମ୍ପର୍କ ରେ କହିଥିଲେ l ଆଗାମୀ 5 ବର୍ଷ ନିମନ୍ତେ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟକ୍ରମ ଉପରେ ନିଜ ନିଜ ଗ୍ରାମର ଦାବିରଖିଥିଲେ l ଅଂଚଳ ର ଉନ୍ନତି ନିମନ୍ତେ ସରକାର ଙ୍କ ଯେଉଁ ଅନୁଦାନ ଆସୁଛି ତାହାର ସଦବିନିଯୋଗ କରି କେଉଁ ଗ୍ରାମ କୁ କେଉଁ କାମ ଦିଆଯିବ ସେଥିପାଇଁ ବିସ୍ତୃତ ଭାବେ ସରପଞ୍ଚ ଓ ପଞ୍ଚାୟତ କାର୍ୟନିର୍ବାହୀ ଅଧିକାରୀ ଏହି ସ୍ୱତନ୍ତ୍ର ପଲ୍ଲିସଭା ବିଷୟରେ ଅବଗତ କରାଇଥିଲେ l ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ କିପରି ପ୍ରକୃତ ହିତାଧିକାରୀଙ୍କୁ ମିଳିବ ସେଥିପାଇଁ ଜନସାଧାରଣ ମତ ରଖିଥିଲେ l ପ୍ରତ୍ୟକ ଗ୍ରାମ କୁ କିପରି ସ୍ୱାସ୍ଥ୍ୟ ଓ ଶିକ୍ଷା ସହିତ ଗମନାଗମନ ର ସୁବିଧା କିପରି ପହଂଚିବ ସରକାର ଙ୍କ ମୂଳ ଲକ୍ଷ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜ଼ିଲ୍ଲା ଓ ବ୍ଲକ ପ୍ରସାଶନ ଚେଷ୍ଟିତ ସେଥିପାଇଁ ସମସ୍ତ ଜନସାଧାରଣ ଙ୍କ ସହଯୋଗ ଦରକାର ବୋଲି ପି ଇ ଓ ତାଡିଙ୍ଗି ମତ ରଖିଥିଲେ l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
ଖେଦାପୋଡ଼ା ପଞ୍ଚାୟତ ର ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ
