ଖୁବଶୀଘ୍ର ନିଯୁକ୍ତ ହେବେ ନୂଆ ମହିଳା କମିସନ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଖୁବଶୀଘ୍ର ନିଯୁକ୍ତ ହେବେ ନୂଆ ମହିଳା କମିସନ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଭୁବନେଶ୍ଵର:ଅକ୍ଟୋବର ୨୩ ତାରିଖରେ ମହିଳା କମିସନଙ୍କୁ ବରଖାସ୍ତ କରିଥିଲେ ରାଜ୍ୟ ସରକାର। ୨୫ରେ ତାଙ୍କ କାମରେ ଅସନ୍ତୋଷ ଜାହିର କରି କାରଣ ଦର୍ଶାଅ ନୋଟିସ୍ ଦେଇଥିଲେ ସରକାର। ନଭେମ୍ବର ୧ ତାରିଖ ୪ଟା ବେଳେ ମହିଳା କମିସନ ନୋଟିସର ଉତ୍ତର ରଖିଥିଲେ। ସରକାର ମୀନତିଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ପଦରୁ ହଟାଇ ଦେଇଛନ୍ତି। ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ମୀନତିଙ୍କୁ ପଦରୁ ହଟାଯିବା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇଟି ପ୍ରସଙ୍ଗରେ ମହିଳା କମିସନଙ୍କ ଭୂମିକାକୁ ନେଇ ସରକାର ଚିଠି କରିଥିଲେ। ଏପରିକି ମହିଳା କମିସନ ନିଜ ଦାୟିତ୍ବକୁ ସୂଚାରୁରୂପେ ତୁଲାଇପାରିନାହାନ୍ତି। ଯେଉଁଥିପାଇଁ ତାଙ୍କୁ ପଦରୁ ନିବୃତ୍ତ କରାଯାଇଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *