ଖଲ୍ଲିକୋଟ ହିଂସା ମାମଲା: ଶ୍ରୀକୃଷ୍ଣଶରଣପୁରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ହିଂସା ମାମଲାରେ ଆଜି ଶ୍ରୀକୃଷ୍ଣଶରଣପୁରରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।ଏହି ଘଟଣାରେ SIT ତଦନ୍ତ ଆରମ୍ଭ କରିଛି। ତଦନ୍ତ ପାଇଁ ମୃତକଙ୍କ ଗାଁକୁ ଯିବ SIT ଟିମ୍।ମୃତକଙ୍କ ପରିବାରକୁ ଭେଟି ପଚରାଉଚରା କରିବ ଟିମ୍।ଗତକାଲି ଖଲ୍ଲିକୋଟ ଥାନାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ଅରୁଣ ଷଡଙ୍ଗୀ।