ଖଲ୍ଲିକୋଟ ହରିପୁର ଗ୍ରାମରେ ଯୁବକ କୁ ନିର୍ମମ ହତ୍ୟା, ହତ୍ୟାକାରୀ ଚମ୍ପଟ୍।ଖଲ୍ଲିକୋଟ ଥାନା ଅର୍ନ୍ତଗତ ହରିପୁର ଗ୍ରାମରେ ରବି ଦାସ ନାମକ ଜଣେ ଯୁବକ କୁ ତା’ର ନିଜ ଘର ଦାଣ୍ଡରେ ଖଣ୍ଡାରେ ହାଣି ହତ୍ୟା କରାଯାଇଛି ଓ ହତ୍ୟା ପରେ ତା’ର ଦୁଇ ପୁତୁରା ଓ ଅନ୍ୟ କିଛି ଯୁବକ ବୋମାମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ମୃତ ରବି ଦାସ ପୁର୍ବରୁ ଏକ ହତ୍ୟା ମାମଲା ରେ ଜେଲ୍ ଯାଇ ଏହି କିଛି ମାସ ହେଲା ଜାମିନରେ ଆସିଥିଲା।ମଦ ବ୍ୟବସାୟ ଓ ପୁର୍ବ ଶତୃତା କୁ ନେଇ ହତ୍ୟାକାଣ୍ଡ ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ ଓ ପୋଲିସ ଠାରୁ ସୁଚନା ମିଳୁଛି। ହତ୍ୟା ଘଟଣାର ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts

ଅବକାରୀ ଓ ପୁଲିସ୍ ବିଭାଗ ଚେଇ ଶୋଇଛି, ଚୋରା ମଦ ଭାସୁଛି । ନୁଆଗଡ ମଦ ମୃତ ଆଶଙ୍କା
ଅବକାରୀ ଓ ପୁଲିସ୍ ବିଭାଗ ଚେଇ ଶୋଇଛି, ଚୋରା ମଦ ଭାସୁଛି । ନୁଆଗଡ ମଦ ମୃତ ଆଶଙ୍କା ଆର,ଉଦୟଗିରି- ନୁଆଗଡ ବ୍ଲକରେ ଅବାଧରେ ଚୋରା ମଦ…

ବଡିପିପିଲିପାଲି ଆନନ୍ଦ ସେବାଶ୍ରମ ଠାରେ ନାମଯଜ୍ଞ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ବଡିପିପିଲିପାଲି ଆନନ୍ଦ ସେବାଶ୍ରମ ଠାରେ ନାମଯଜ୍ଞ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ – ୧୦,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ପପଙ୍ଗା ପଂଚାୟତ…

୧୭ରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ସ୍କୁଲ ଛୁଟି
୧୭ରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ସ୍କୁଲ ଛୁଟି ଭୁବନେଶ୍ୱର: ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି…