ଖତ ଖାଉଛି ବିଜୁ ଗାଁ ଗାଡ଼ି, ପ୍ରଶାସନ ନିରବ ଦ୍ରଷ୍ଟା

ଖତ ଖାଉଛି ବିଜୁ ଗାଁ ଗାଡ଼ି, ପ୍ରଶାସନ ନିରବ ଦ୍ରଷ୍ଟା

ଆର,ଉଦୟଗିରି(ମନୋଜ କୁମାର ପାଢୀ; ୦୯/୧୧ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ରେ ଦିର୍ଘ ବର୍ଷ ଧରି ଖତ ଖାଉଛି ବିଜୁ ଗାଁ ଗାଡ଼ି। କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ବ୍ଲକ୍ ରେ ପ୍ରହସନରେ ପରିଣତ ହୋଇଛି ବିଜୁ ଗାଁ ଗାଡ଼ି। ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ବସବାସ କରୁଥିବା ଲୋକଙ୍କର ଗମନାଗମନ ସୁବିଧା ବ୍ୟବସ୍ଥାକୁ ସୁଗମ କରିବା ଲକ୍ଷ୍ୟରେ ଲୋକେ ଯେପରି ଗାଡ଼ିର ସୁବିଧା ପାଇବେ ତାକୁ ଆଖି ଆଗରେ ରଖି ୨୦୧୪ ମସିହାରେ ପୂର୍ବ ବିଜଦ ସରକାର ବିଜୁବାବୁଙ୍କ ନାମରେ ବିଜୁ ଗାଁ ଗାଡ଼ି ବ୍ୟବସ୍ଥା କରିଥିଲେ। ଯାହା ଫଳରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦୁଇ ପାଇସା ରୋଜଗାର କରି ଲାଭବାନ ହେଉଥିଲେ। ଏହି ବସ୍ ଆସିବା ପରେ ବ୍ଲକ୍ ର ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ବସ୍ ସେବା ଉପଲବ୍ଧ ହେବା ନେଇ ଲୋକଙ୍କ ମନରେ ଆଶା ସଞ୍ଚାର କରିଥିଲା। ଏଥି ଯୋଗୁଁ ବ୍ଲକ୍ ର ଦୁର୍ଗମ ଅଞ୍ଚଳକୁ ଗମନା ଗମନ ବ୍ୟବସ୍ଥା ସୁଗମ ହେବା ସହ ଲୋକେ ଯାତାୟତରେ ସୁବିଧା ପାଉଥିଲେ। ବସ୍ ଗୁଡ଼ିକ ଭଲରେ ଦୁଇବର୍ଷ ରାସ୍ତାରେ ଚଳପ୍ରଚଳ ହେଲା। ପ୍ରଶାସନର ଅବହେଳା, ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ଆଳରେ ବସ୍ ଚଳାଚଳ ବନ୍ଦ କରିଦେଲେ। ଦିନଥିଲା ବିଜୁ ଗାଁ ଗାଡ଼ି ସାଧାରଣ ଲୋକଙ୍କ ଗମନାଗମନରେ ମାଧ୍ୟମ ସାଜିଥିଲା। ଏହି ଯୋଜନା ମାଧ୍ୟମରେ ପୂର୍ବ ସରକାର ଅତ୍ୟଧିକ ଅର୍ଥ ଖର୍ଚ୍ଚ କରିଥିବା ବେଳେ ବାଧକ ସାଜିଲା ଟାଳଟୁଳ ନୀତି। ସେଥିପାଇଁ ବିଜୁ ଗାଁ ଗାଡ଼ି ଖତ ଖାଉଛି। ଏବେ ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ।

Leave a Reply

Your email address will not be published. Required fields are marked *