*ଖଡିଆଳ ସହର ଥିବା ସମସ୍ତ ଏଟିଏମ୍ କାର୍ଯ୍ୟକ୍ଷମ ପାଇଁ ଦାବୀ, ଦୀର୍ଘ ମାସ ହେବ ଏଟିଏମ୍ ଅଚଳ, ଉପଭୋକ୍ତା ମାନେ ନାହିଁ ନଥିବା ସମସ୍ୟା* ନୂଆପଡା ତା:୧୦.୦୨.ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ଖଡିଆଳ ସହର ମଧ୍ୟ ରେ ୧୦ ଗୋଟି ରୁ ଉର୍ଦ୍ଧ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଏଟିଏମ୍ ରହିଥିବା ବେଳେ ସମସ୍ତ ଏଟିଏମ୍ ଅଚଳ ଅବସ୍ଥା ରହିଅଛି। ଏଟିଏମ୍ ସମ୍ମୁଖ ରେ ବ୍ୟାଙ୍କ ପକ୍ଷ ରୁ ବନ୍ଦ ଥିବା ସୂଚନା ଦେଇଛନ୍ତି। କିନ୍ତୁ ଗ୍ରାହକ ସୁବିଧା କୁ ଦୃଷ୍ଟି ଦିଆଯାଉନାହିଁ। ବିଭିନ୍ନ କାମ ନେଇ ଆସୁଥିବା ଉପଭୋକ୍ତା ମାନେ ଏଟିଏମ୍ ରୁ ଟଙ୍କା ଉଠାଣ ନ ହେବା ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ଅନ୍ୟ ଉପରେ ଦୋଷ ଲଦି ନିଜ ଦାୟିତ୍ବ ରୁ ଉହରି ଯାଉଥିବା ଉପଭୋକ୍ତା ମାନେ ପ୍ରକାଶ କରିଛନ୍ତି। କେବଳ ବ୍ୟାଙ୍କ ଶାଖା ପାଖ ର ଥିବା ଏଟିଏମ୍ ରେ ଅର୍ଥ ଭରାଯାଉଅଛି। କିନ୍ତୁ ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ୍ୟ ହେଉଅଛି। ସମସ୍ତ କାରବାର ଅନଲାଇନ ହୋଇଥିବା ବେଳେ ସମସ୍ତ ଉପଭୋକ୍ତା ଏଟିଏମ୍ ଉପରେ ନିର୍ଭରଶୀଳ। ଏଥିପ୍ରତି ବ୍ୟାଙ୍କ୍ କତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ କରିବାକୁ ଆହ୍ବାନ ।
