ଖଡିଆଳ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

*ଖଡିଆଳ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ* ନୂଆପଡା 11.3.ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛିl ପ୍ରଧାନ ଶିକ୍ଷକ କିଶୋର ଅଗସ୍ତିଙ୍କ ଅଧକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ଖଡିଆଳ ନଗରପାଳ ଉଜ୍ଜଳ ଗୁପ୍ତା, ବିଶିଷ୍ଟ ଅତିଥି ଭାବେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ,ମୁଖ୍ୟବକ୍ତା ଭାବେ ଏବିଓ ଜୟଦେବ ପଣ୍ଡା , ପୁର୍ବତନ ଏବିଓ ମୋତିଲାଲ ବେହେରା, ସିଆରସିସି ରଜନୀକାନ୍ତ ଯୋଶୀ, ସାମ୍ୱାଦିକ କୁନୁ କରୁଆଁ, କାଉନସିଲର ସୁବେର ସିଂ ଦେଓ, ସ୍କୁଲ ପରଚାଳନା କମିଟି ସଭାପତି ବିଜୟ କୁମାର ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ lପ୍ରଥମେ ସ୍କୁଲର ପ୍ରଧାନ ଶିକ୍ଷକ କିଶୋର ଅଗସ୍ତି ବାର୍ଷିକ ବିବରଣୀ ପଠନ କରିଥିଲେ l ପରେ ସ୍କୁଲର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରିଥିଲେ l ଶିକ୍ଷୟତ୍ରୀ ପ୍ରଣତି ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଶିକ୍ଷୟତ୍ରୀ ସୁମିତ୍ରା ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସୁଲକ୍ଷଣୀ ପ୍ରଧାନୀ, ସୁପ୍ରଭା ମୁଣ୍ଡ, ଭଗବତୀ ସାହୁ, ବିଜୟିନୀ ମିଶ୍ର ପ୍ରମୁଖ ସକ୍ରିୟ ଭାବେ ପରିଚାଳନା କରିଥଲେ l

Leave a Reply

Your email address will not be published. Required fields are marked *