ଖଡ଼ିଆଳ ବ୍ଲକ ବଡମୁଲା ଗାଁରେ ବିଶୁଦ୍ଧ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି ।

*ପାଣି ସମସ୍ୟା

ଖଡ଼ିଆଳ ବ୍ଲକ:(ଓମ ପ୍ରକାଶ ଚୌଧୁରୀ)

ପ୍ରବଳ ଗ୍ରୀଷ୍ମ ପ୍ରବାହ, ଅସହ୍ୟ ତାତିରେ ନଦୀ ନାଳ ପୋଖରୀ ପାଣି ଶୁଖିଲା ପଡିଛି । ଘର କୂପ ,ଗଭୀର ନଳ କୂପ ଜଳସ୍ତର ହ୍ରାସ ପାଉଛି । ଫଳରେ ଖଡ଼ିଆଳ ବ୍ଲକ ବଡମୁଲା ଗାଁରେ ବିଶୁଦ୍ଧ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ପାଣି ବୁନ୍ଦାଏ ପାଇଁ ଗାଁର ମହିଳା ମାନେ ଦୁଇ କିଲୋମିଟର ଦୂରତା ନିକଟସ୍ଥ ନଦୀକୁ ଯାଇ ଚୁଆଁ ଖୋଲି ପାଣି ସଂଗ୍ରହ କରୁଥିବା ଦେଖା ଦେଇଛି । ଆଉକିଛି ମହିଳା ଗାଁ ନଳକୂପରେ ଲମ୍ବାଧାଡ଼ି ବାନ୍ଧି ପାଣି ସଂଗ୍ରହ କରୁଥିବା ଦେଖାଦେଇଛି । ହେଲେ ଗାଁର ପାଣି ସମସ୍ୟା ପ୍ରତି ଜନପ୍ରତିନିଧି ସରପଞ୍ଚ କିମ୍ବା ଅଧିକାରୀଙ୍କ କାହାରି ଦୃଷ୍ଟି ନାହିଁ ।ନୂଆପଡ଼ା ଜ଼ୀଲ୍ଲା ଖଡ଼ିଆଳ ବ୍ଲକ ବଡମୁଲା ଗାଁ, ଗାଁରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ ନିକଟସ୍ଥ ନାଳ ରୁ ବସୁଧା ଯୋଜନାରେ ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି । ହେଲେ ପ୍ରବଳ ଗ୍ରୀଷ୍ମପ୍ରବାହରେ ଜଳ ଯୋଗାଣ ପ୍ରକଳ୍ପ ଗଭୀର କୂପ ଜଳସ୍ତର ହ୍ରାସ ପାଇଛି । ଫଳରେ ଦୀର୍ଘ ଏକ ମାସ ହେବ ବଡମୁଲା ଗାଁରେ ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ରହିଛି । ଯାହାଫଳରେ ଗାଁଲୋକେ ପାନୀୟ ଜଳ ସମସ୍ୟାର ସାମ୍ନା କରୁଛନ୍ତି। ଶୋଷ ମେଣ୍ଟାଇବା ପାଇଁ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗାଁଲୋକେ । ଅପରପକ୍ଷେ ଦୀର୍ଘ ଦିନଧରି ଲାଗିରହିଥିବା ଗାଁର ପାଣି ସମସ୍ୟା ପ୍ରତି ଖଡ଼ିଆଳ ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ସ୍ଥାନୀୟ ସରପଞ୍ଚ ଙ୍କ ଆଦୋୖ ଦୃଷ୍ଟି ନାହିଁ । ୨୫୦୦ ଜନସଂଖ୍ୟା ବିଶିଷ୍ଟ ବଡମୁଲା ଗାଁରେ ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଗାଁରେ ନଳକୂପ ରହିଛି ହେଲେ ଫ୍ଲୋରାଇଡ ମିଶ୍ରିତ ପାଣି ନିର୍ଗତ ହେଉଛି । ଏହି ପାଣି ସେବନ କରି ଲୋକେ ନାନା ପ୍ରକାର ରୋଗରେ ପୀଡିତ ହେଉଥିବା ଅଭିଯୋଗ କରିଛନ୍ତି । ଗାଁରେ ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ହେବାପରେ ବାଧ୍ୟହୋଇ ଫ୍ଲୋରାଇଟ ମିଶ୍ରିତ ବିଷାକ୍ତ ପାଣିକୁ ସେବନ କରୁଛନ୍ତି ଗାଁଲୋକେ । ଫଳରେ ଆଣ୍ଠୁ ଗଣ୍ଠି ବାତ ଭଳି ନାନା ପ୍ରକାର ଅଜଣା ରୋଗରେ ପୀଡିତ ହେଉଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । ପ୍ରଶାସନ ତୁରନ୍ତ ପାଣି ସମସ୍ୟା ପ୍ରତି ଗୁରୁତ୍ୱ ନଦେଲେ ଖଡ଼ିଆଳ ବିଡ଼ିଓ ଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଗାଁ ମହିଳା ମାନେ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଗଭୀର କୂପ ଜଳସ୍ତର ହ୍ରାସ ପାଉଥିବା ଘଟଣା କୁ ଖୋଦ ଖଡ଼ିଆଳ ବିଡ଼ିଓ ସ୍ୱୀକାର କରିବା ସହିତ ଟ୍ରେଙ୍କର ଯୋଗେ ଜଳ ଯୋଗାଣ କରିବା ପାଇଁ RWSS କନିଷ୍ଠ ଯନ୍ତ୍ରୀ ଏବଂ ସ୍ଥାନୀୟ ସରପଞ୍ଚ ଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *