*ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଏମ ଆଇ ଏସ ରୂପେ କାର୍ଯ୍ୟରତ ବିକାଶ ରଂଜନ ପାଢୀଙ୍କ ଆଜି ଭୁବନେଶ୍ବର କୁ ସ୍ଥାନାନ୍ତର ବେଳେ ମୃତ୍ୟୁ,*.
ନୂଆପଡ଼ା(ଓମ୍ ପ୍ରକାଶ ଚୌଧୁରୀ) ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଏମ ଆଇ ଏସ ରୂପେ କାର୍ଯ୍ୟରତ ବିକାଶ ରଂଜନ ପାଢୀଙ୍କ ଆଜି ଉଚ୍ଚ ଚିକିତ୍ସା ପାଇଁ ଭୁବନେଶ୍ବର କୁ ସ୍ଥାନାନ୍ତର ବେଳେ ନୟାଗଡ଼ ନିକଟରେ ତାଙ୍କ ମୃତ୍ୟୁ ହୋଇଅଛି। ସେ ଖଡିଆଳ ରୁ ନୂଆପଡ଼ା କୁ ସରକାରୀ କାର୍ଯ୍ୟରେ ଯାଇ ଫେରୁଥିବା ବେଳେ ଝାଲକୁସୁମ୍ ନିକଟରେ ତାଙ୍କ ଦୁର୍ଘଟଣା ହୋଇଥିଲା। ସେଠାରେ ତାଙ୍କ ବାମ ଗୋଡ ଭାଙ୍ଗି ଯାଇଥିଲା। ଖଡିଆଳ ଏନ୍ ଏ ସି ପକ୍ଷରୁ ନେଇ ଭବାନୀପାଟଣା ଠାରେ ଚିକିତ୍ସା ପାଇ ଭର୍ତ୍ତି କରିଥିଲେ। ଆଜି ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହେବା ଯୋଗୁଁ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଭୁବନେଶ୍ବର ନେଉଥିବା ବେଳେ ତାଙ୍କ ମୃତ୍ୟୁ ହୋଇଅଛି। ତାଙ୍କ ନିଜ ଗ୍ରାମ ଲଡୁଗାଁ ଠାରେ ଆସନ୍ତା କାଲି ଶେଷ କୃତ୍ୟ ଅନୁଷ୍ଠିତ ହେବା ନେଇ ଜଣାପଡିଛି।