*ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ଗୁରୁତ୍ୱପୂର୍ଣ୍ଣ ପରିଷଦ ବୈଠକ**
ନୂଆପଡା,17/06(ଓମ ପ୍ରକାଶ ଚୌଧୁରୀ )*ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର କୋଷାଧ୍ୟକ୍ଷ ଶ୍ରୀବଶ୍ଚ ବାରିକ ଙ୍କ ବାସଭବନରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ଗୁରୁତ୍ତ୍ୱପୂର୍ଣ୍ଣ ପରିଷଦ ବୈଠକ ସମାଜର କୁଳପତି ସମ୍ଭୁକିଶୋର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗତ ମେ 27 ତାରିଖରେ ଅନୁଷ୍ଠିତ ହୋଇଥିବା 52 ତମ ସ୍ଵନକ୍ଷତ୍ର ଦିବସର ଆୟ ବ୍ୟୟ ସହିତ ସମାଜର ସମ୍ବିଧାନ ସଂଶୋଧନ ଉପରେ ଆଲୋଚନା ହୋଇଥିଲା । ବୈଠକରେ ଉପ କୁଳପତି ସୁରେନ୍ଦ୍ର କୁମାର ପ୍ରଧାନୀ, ମୁଖ୍ୟ ସମ୍ପାଦକ ଦିଲ୍ଲୀପ କୁମାର ନାଏକ, ସହ ସଂପାଦକ ସୁନୀଲ କୁମାର ମାଝୀ, ଯୁଗ୍ମ ସମ୍ପାଦକ ଘୁମେଶ ଚଳାନ, ସହ ସଙ୍ଗଠକ ବିଭୁତି ଭୂଷଣ ବିଶି, ଯୁଗ୍ମ ସଙ୍ଗଠକ ଜଗଦୀଶ ବାରିକ, କୋଷାଧ୍ୟକ୍ଷ ଶ୍ରୀବଶ୍ଚ ବାରିକ, ସହ କୋଷାଧ୍ୟକ୍ଷ ରାଜକପୁର ବାରିକ ଯୋଗଦାନ କରିଥିବା ବେଳେ ସଙ୍ଗଠକ ପରମେଶ୍ୱର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନୁଧ୍ୟାନ କମିଟିର ବରିଷ୍ଠ ସଦସ୍ୟ ଉମାକାନ୍ତ ରାଉତରାୟ ସହଯୋଗ କରିଥିଲେ ।