*ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର 52 ତମ ସ୍ଵନକ୍ଷତ୍ର ଦିବସ ପାଳିତ*
ନୂଆପଡା ଜିଲ୍ଲା ( ଓମ୍ ପ୍ରକାଶ ଚୌଧୁରୀ)ଖଡିଆଳ ସ୍ଥିତ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜ ଭବନ ପରିସରରେ 52ତମ ବାର୍ଷିକ ଉତ୍ସବ ଓ ସନକ୍ଷତ୍ରଦିବସ ପାଲିତ ହୋଇଯାଇଛି। ଏହି ଉତ୍ସବରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର କୂଲପତି ସମ୍ମୁକିଶୋର ଦଣ୍ଡସେନା ଅଧ୍ୟକ୍ଷତା କରିଥିବା ବେଲେ ମୁଖ୍ୟ ଅତିଥ୍ ଭାବେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ପୂର୍ବତନ କୁଳପତି ତଥା ବରିଷ୍ଠ ପରାମର୍ଶ ଦାତା ଜିତେନ୍ଦ୍ର ସିଂ ବାରିକ, ମୁଖ୍ୟବକ୍ତା ଭାବରେ ବରିଷ୍ଠ ପରାମର୍ଶଦାତା ଜ୍ଞାନ ପ୍ରକାଶ ସିଂ, ସମ୍ମାନୀତ ବକ୍ତା ଭାବରେ ନୂଆପଡା ଜିଲ୍ଲା କୃଷି ଅଧିକାରୀ ଶ୍ରୀମତୀ ଦୀପ୍ତିମୟୀ ବାରିକ ,ସମ୍ମାନିତ ଅତିଥି ଭାବେ ବରିଷ୍ଠ ପରାମର୍ଶ ଦାତା ନନ୍ଦଲାଲ ବାରିକ, ଉପ କୁଳପତି ସୁରେନ୍ଦ୍ର କୁମାର ପ୍ରଧାନୀ, ମୁଖ୍ୟ ସମ୍ପାଦକ ଦିଲ୍ଲୀପ କୁମାର ନାଏକ,ଯୁଗ୍ମ ସମ୍ପାଦକ ଘୁମେଶ ଚଳାନ, ସଙ୍ଗଠକ ପରମେଶ୍ୱର ବାରିକ, ସହ ସଙ୍ଗଠକ ବିଭୁତି ଭୂଷଣ ବିଶି, ଯୁଗ୍ମ ସଙ୍ଗଠକ ଜଗଦୀଶ ବାରିକ, କୋଷାଧ୍ୟକ୍ଷ ଶ୍ରୀବଶ୍ଚ ବାରିକ, ସହ କୋଷାଧ୍ୟକ୍ଷ ରାଜକପୁର ବାରିକ,ବରିଷ୍ଠ ପରାମର୍ଶ ଦାତା କେତନ ସିଂ ବାରିକ,ବିଜୟ ସିଂ ମହାରଥା, ମହେଶ୍ୱର ପ୍ରସାଦ ବାରିକ, ଅଶ୍ୱନୀ ପ୍ରଧାନୀ, ବିଦ୍ୟାଧର ବିଶି, ଦେବ ସିଂ ନାଏକ, ବଳଦେବ ରାଉତ,ରମଣ ସିଂ ବାରିକ, ପ୍ରମୋଦ କୁମାର ଦଣ୍ଡସେନା, ତୁଳସାଗର ରାଉତ, ହରିଶ୍ଚନ୍ଦ୍ର ବାରିକ, ହରି ପଣ୍ଡା, ସଦାନନ୍ଦ ନାଏକ ଯୋଗଦାନ କରି ଖଡିଆଳ ପାଟଣା କ୍ଷତ୍ରୀୟ ସମାଜ ତାର 52 ତମ ବାର୍ଷିକ ଉତ୍ସବ ଓ ସନକ୍ଷତ୍ର ଦିବସ ପାଳନ କରୁଥିବାରୁ ଆମ କ୍ଷତ୍ରୀୟ ସମାଜ ପାଇଁ ଗୌରବର ବିଷୟ ବୋଲି କହିବା ସହିତ ସମାଜର ଉନ୍ନତି କଳ୍ପେ କାମ କରି ସମାଜକୁ ଆଗେଇ ନେବା ପାଇଁ ପରାମର୍ଶ କରିଥିଲେ । ଏଅବସରରେ ମୁଖ୍ୟ ସମ୍ପାଦକ ଶ୍ରୀ ନାଏକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । କାର୍ଯ୍ୟକ୍ରମରେ ସଙ୍ଗଠକ ପରମେଶ୍ୱର ବାରିକ ଅତିଥି ମାନଙ୍କୁ ମଞ୍ଚକୁ ଆବାହନ କରିଥିବା ବେଳେ ଡ.ସୁଶାନ୍ତ କୁମାର ବିଶି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଦୁଇଜଣ ପୂର୍ବତନ ଦମ୍ପାଦକ ସୁଶୀଳ କୁମାର ଚଳାନ, ବୃନ୍ଦାବନ ବାରିକ, ବରିଷ୍ଠ ଆଇନଜୀବୀ ବିଭୁଦତ ଚଳାନ,ଉମାକାନ୍ତ ରାଉତରାୟ ସମେତ ଛତିଶଗଡ଼ ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର 30 ଗୋଟି ଅଞ୍ଚଳରୁ ସଭାପତି ସମ୍ପାଦକ, ଦୁଇ ଜଣ କେନ୍ଦ୍ର ସଦସ୍ୟ ,7 ଜଣ ମନୋନୀତ କେନ୍ଦ୍ର ସଦସ୍ୟ ସମେତ ଶତାଧିକ ନିମନ୍ତ୍ରିତ ସଦସ୍ୟ ଯୋଗଦାନ କରିଥିଲେ । ଶେଷରେ ସହ ସଙ୍ଗଠକ ବିଭୁତି ଭୂଷଣ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।ଏ ଅବସରରେ ନୂତନ ସମାଜ ଗୃହ ଉଦଘାଟନ ହୋଇଥିଲା ।