ଖଡ଼ିଆଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା
ନୂଆପଡା(ଓମ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଲା ଖରିଆର ରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଆସିଥିବା ବେଳେ ପ୍ରଥମେ ଭବାନୀପାଟଣାରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ପରେ ଦିନ ବାର ଟା ସମୟରେ ଖଡ଼ିଆଳ ଠାରେ ଏକ ବିରାଟ ଜନ ସଭାକୁ ସେ ଉଦବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ରାଜ୍ୟର ବିକାଶ ପାଇଁ ତାଙ୍କ ସରକାର ନେଇଥିବା ବିଭିନ୍ନ ଯୋଜନା ଉପରେ କହିଥିଲେ।ସେ କହିଥିଲେ ବିରୋଧୀ ଦଳ କେବଳ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ରାଜ୍ୟର ବିକାଶ ଧାରାକୁ ଆଗେଇ ନେବାକୁ ବିଜୁ ଜନତା ଦଳକୁ ପୁଣିଥରେ ସୁଯୋଗ ଦେବାକୁ ସେ ନିବେଦନ କରିଥିଲେ। କଳାହାଣ୍ଡି ସାଂସଦ ପ୍ରାର୍ଥୀ ଓ ଖଡ଼ିଆଳ ନୂଆପଡ଼ାର ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ସେ ଅନୁରୋଧ ଜଣାଇଥିଲେ।
କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ୍, ନୂଆପଡ଼ା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ପ୍ରାର୍ଥୀ ଅଧିରାକ ପାଣିଗ୍ରାହୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର ପ୍ରମୁଖ ବିଜେଡି କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଜେପି ଆସିଲେ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ବନ୍ଦ କରିଦେବେ ଏଣୁ ବିଜେଡ଼ି କୁ ପୁଣିଥରେ କ୍ଷମତାକୁ ଆଣନ୍ତୁ ବୋଲି କହିଥିଲେ। ପ୍ରାୟ 20 ହଜାର ଲୋକ ଏଥିରେ ଜମା ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନୂଆପଡା ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝୀ,ନୂଆପଡା ବିଜେଡି ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର ମଞ୍ଚ ଆସୀନ ଥିଲେ । ଏ ଅବସରରେ ଖଡ଼ିଆଳ ଏନଏସିର ଅନେକ କାଉନସିଲର ସମେତ ବହୁ ସଂଖ୍ୟାରେ ଅନ୍ୟଦଳରୁ ଆସିଥିବା କର୍ମକର୍ତା ବିଜେଡ଼ିରେ ଯୋଗାଦନ କରିଥିଲେ ।