ଖଜୁରୀପଦା ରୁ ନୁଆଗଡ ରାସ୍ତା ନିର୍ମାଣ ପାଇଁ ବିଶାଳ ବିଶାଳ ଗଛ ବଳିପଡିଗଲେ ।
ନୁଆଗଡ(ମନୋଜ କୁମାର ପାଢୀ)- ନୁଆଗଡ ବ୍ଳକର ଖଜୁରୀପଦା ଠାରୁ ନୁଆଗଡ ପର୍ଯ୍ୟନ୍ତ ରାସ୍ତାକଡରେ ଥିବା ୧୦୩ଟି ବହୁ ମୂଲ୍ୟବାନ ବିଶାଳ ଗଛକୁ କାଟି ଦିଆଯାଇଛି । ଶାଳ, ପିଆଶାଳ, ଆମ୍ବ, ପଣସ ଭଲି ମୂଲ୍ୟବାନ ଗଛଗୁଡିକୁ କାଟି ଦିଆଯାଇ କେବଳ ଥୁଣ୍ଟା ଗଣ୍ଡି ରହିଛି । ଉଦ୍ବେଗର ବିଷୟ ରାସ୍ତା ଚଉଡା ପାଇଁ ଗଛ କାଟିଥିବା ଯୁକ୍ତି ଦର୍ଶଯାଉଛି । କିନ୍ତୁ ପିଚୁ ପଡିସାରିବା ପରେ ଏତେ ସଂଖ୍ୟକ ଗଛ କାହିଁକି ଓ କାହା ନିର୍ଦେଶରେ କଟାଗଲା ସେ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ଏବେ କିଛି ଦିନ ହେବ ଏହି ଅଞ୍ଚଳରେ ପ୍ରଚଣ୍ଡ ଖରା ଓ ଗରମରେ ଦେହମୁଣ୍ଡ ସିଜି ଯାଉଛି । ଦୋଘରିଆ ଆଶ୍ରମ ଉର୍ଚ ବିଦ୍ୟାଳୟ ଓ ଡା, ଆମ୍ବେଦକର ଯୁକ୍ତ ୩ ମହାବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଓ ପଥରିଆମାନେ ପାଇଁ ଏହା କାଳ ସାଜିଛି । ରାସ୍ତାରେ ଗଛଥିଲା ବେଳେ ଛାଇଟିକେ ମିଳୁଥିଲା । ଏବେ ଏହି ରାସ୍ତାରେ ବଡ କଷ୍ଟରେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି । ଆଶ୍ଚର୍ଯ୍ୟର କଥା ହେଲା ଗଛଗୁଡିକ କୌଣସି ବାଧକ ଜାଜି ନଥିଲା । ରାସ୍ତା ନିର୍ମାଣ ହେବା ପରେ ଏତେଗୁଡିକ ଗଛକୁ କାହିଁକି କାଟି ଦିଆଗଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ସେମାନଙ୍କ ଯୁକ୍ତି ହେଲା ଯଦି ରାସ୍ତା ଓସାର କରିବାର ଥିଲା ତେବେ ପ୍ରଥମେ ଗଛ କଟା ଗଲା କାହିଁକି । କିନ୍ତୁ ପିଚୁ ରାସ୍ତା କାମ ସରିବା ପରେ ଗଛ କଟାଯାଇ ଥିବାରୁ କେଉଁ ଉଦ୍ଦେଶ୍ୟରେ ଏଭଳି ଶତାଧିକ ବହୁ ବର୍ଷର ପୁରୁଣା ମୂଲ୍ୟବାନ ଗଛଗୁଡିକ କାଟି ଦିଆଗଲା ବୋଲି ପ୍ରଶ୍ନ ସେମାନଙ୍କୁ ବ୍ୟଥିତ କରିଛି । ଆର,ଉଦୟଗିରି କନିଷ୍ଠ ଯନ୍ତୀ ପଚାରିବାରୁ ସେ କହିଥିଲେ ଆଉରି ପିଚୁ କାମଥିବାରୁ କଟାଯାଇଛ । ଏହି ସବ୍ଡିଜେନରେ ଦୀଘ୍ର ମାସ ହେଲେ ସହକାରୀ ନିର୍ବାହୀ ଯନ୍ତୀ ଖାଲି ପଡିଥିବା ବେଳେ ଆର,ଉଦୟଗିରି ଓ ଖଜୁରୀପଦା କନିଷ୍ଠ ଯନ୍ତୀ ଦୀଘ୍ର ବର୍ଷ ଧରି ଖାଲି ରାମଗିରି କନିଷ୍ଠ ଯନ୍ତୀଙ୍କ ଦ୍ବାରା ଏହି ସବ୍ଡିଜେନ ଅଫିସ ଚାଲିଛି । ଏହି ସବ୍ଡିଜେନରେ ରାମଗିରି ଛକରୁ ବେତରସିଂ ରାସ୍ତା, ଖଜୁରୀପଦା ରୁ ନୁଆଗଡ ରାସ୍ତା, ଆର,ଉଦୟଗିରି ରୁ ସମ୍ବଲପୁର ରାସ୍ତା ଓ ଛେଳିଗଡ ରୁ ରାମଗିରି ରାସ୍ତା କାମ ଚାଲିବା ସହ ଅନ୍ୟନ ରାସ୍ତା କାମ ଚାଲିଛ । ଏହି ବିଭାଗ ଦ୍ବାରା ରାସ୍ତା କାମ ଅତି ନିମ୍ନମାର କାମ ହେଉଥିବା ଅଭିଯୋଗ ହେଉଛି । ଜଣେ ଯନ୍ତୀ ଏତେଗୁଡିକ କାମ ଦେଖିପାନାନ୍ତି । ଏହି କାମ ଗୋଡିକ ଠିକାଦାର ତାର ଇଛାରେ କାମ କରୁଥିବା ଦେଖିବାକୁ ମିଳୁଛି । ଏହି ସବ୍ଡିଜେନର ସହକାରୀ ନିର୍ବାହୀ ଯନ୍ତୀ ପାରଳାଖେମଣ୍ଡି ଯନ୍ତୀ ଦାୟତ୍ବରେ ଅଛନ୍ତି ସେ କେବେ ଆସନ୍ତି ନାହିଁ । ସେ ପାରଳାଖେମଣ୍ଡି ସବୁ ରାସ୍ତା କାମର ବିଲି କରୁଛନ୍ତି ।