ଖଜୁରୀପଡ଼ା ପଞ୍ଚାୟତ ସମିତି ବୈଠକରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା ଓ ଅସମ୍ମାନ …
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲାର ଖଜୁରୀପଡା ସଦରମହକୁମା ପଞ୍ଚାୟତ ସମିତି ବୈଠକରେ ସାମ୍ବାଦିକମାନଙ୍କୁ ଅଣଦେଖା ଓ ଅସମ୍ମାନ କରାଯାଇଥିବା ଦେଖି ବାକୁ ମିଳିଛି । ସୂଚନା ପ୍ରକାରେ ଆଜି ଖଜୁରୀପଡ଼ା ପଞ୍ଚାୟତ ସମିତିରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ଏହାର ଖବର ପାଇ ଖବର ପ୍ରସାରଣ ପାଇଁ ସ୍ଥାନୀୟ ସାମ୍ବାଦିକ ମନୋଜ କୁମାର ବେହେରା ସମିତି ବୈଠକକୁ ଯାଇ ଫୋଟ ଓ ଭିଜୁଆଲ କରିବା ସମୟରେ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ସାମ୍ବାଦିକ ମନୋଜ କୁମାର ବେହରାଙ୍କୁ ଫୋଟ ଉଠା ସରିଲା କି ଯାଅ ବୋଲି କହିଥିଲେ । ତେଣୁ ଏଠି ପ୍ରଶ୍ନ ଉଠୁଛି କି ପଞ୍ଚାୟତ ସମିତି ବୈଠକରେ ସାଧାରଣ ଜନତା ଠାରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟ, ବିଧାୟକ ଓ ତହସିଲଦାର,ଥାନା ଅଧିକାରୀ ସମେତ ଖଜୁରୀପଡ଼ା ସମସ୍ତ ବିଭାଗର ଶହ ଶହ କର୍ମଚାରୀଙ୍କ ସାମ୍ନାରେ ଜଣେ ସାମ୍ବାଦିକଙ୍କୁ ଅସମ୍ମାନ କରି ଏପରି କହିବା ଜଣେ ଅଧ୍ୟକ୍ଷାଙ୍କ ପକ୍ଷେ କେତେ ଦୂର ଠିକ୍ । ଆଉ କେଉଁ ଆଇନ୍ ରେ ଲେଖା ହୋଇଛି ଯେ ଜଣେ ସାମ୍ବାଦିକ ପଞ୍ଚାୟତ ସମିତି ବୈଠକରେ ଉପସ୍ଥିତ ହୋଇ ଖବର ପ୍ରସାରଣ କରିପାରବ ନାହିଁ । ଯଦି ଅଧ୍ୟକ୍ଷା ଏହାର କୈାଣସି ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ସାମ୍ବାଦିକ ସଂଘ ତରଫରୁ ଜୋର ଦାର ବିରୋଧ କରାଯିବା ସହ ଆଇନ୍ ର ଆଶ୍ରୟ ନେବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ସାମ୍ବାଦିକ ପ୍ରତିନିଧି ମାନେ ।