ଖଇରା ବିଜୁ ଏକ୍ସପ୍ରେସ ୱେରେ ସଡ଼କ ଦୁର୍ଘଟଣା , ଟ୍ରକ ଡ୍ରାଇଭର ମୃତ ।ନୂଆପଡା (ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଖଇଁରା ବିଜୁ ଏକ୍ସପ୍ରେସ ୱେ ନିକଟରେ ଆଜି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି । ସୂଚନାନୁସାରେ ଗତ ରାତ୍ରି ଭୋର ସକାଳ ୪ଟା ସମୟରେ କିଛି ଟ୍ରକ୍ ଆଗ ପଛ ହୋଇ ଦୃତ ଗତିରେ ଆସୁଥିଲେ। ସେଥି ମଧ୍ୟରୁ ଗୋଟିଏ ଟ୍ରକ ନିଜ ଭାରସାମ୍ୟ ହରାଇ ଆଉ ଗୋଟିଏ ଟ୍ରକକୁ ଧକା ଦେବା ଫଳରେ ଉକ୍ତ ଦୁର୍ଘଟଣାଟି ଘଟିଥିବା ଅନୁମେୟ କରାଯାଉଛି। ଯେଉଁଥି ପାଇଁ ଚାଳକ ଘଟଣା ଘଟି ଥିବା ଗାଡ଼ି ଭିତରେ ହିଁ ଚାପି ହୋଇ ମୃତୁ ହୋଇଯାଇଛି । ଦୁର୍ଘଟଣାରେ ମୃତ ବ୍ୟକ୍ତି ହେଇଛନ୍ତି ରାଇଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡବିସୀ ଗ୍ରାମର ତିରୁପତି ସିଂ ବୋଳି ଜଣା ପଡିଛି। ଉକ୍ତ ଘଟଣା ର ଖବରପାଇବା ମାତ୍ରେ ବୋଡ଼େନ ଅଗ୍ନିସମ ବିଭାଗ ଓ ବୋଡେ଼ନ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ସବ ଉଦ୍ଧାର ପୂର୍ବକ ବୋଡେ଼ନ ଡାକ୍ତର ଖାନାକୁ ସବ ବ୍ୟବଛେଦ ପାଇଁ ପଠାଇ ଘଟଣାର ବିଶେଷ ତଦନ୍ତ ଜାରି ରଖିଛି ।
Related Posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ନବ ନିର୍ମାଣ କୃଷକ ସଂଗଠନ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ନବ ନିର୍ମାଣ କୃଷକ ସଂଗଠନ । ଆର,ଉଦୟଗିରି (ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପକ୍ଷରୁ…

ପିଏମ୍-ଜନମନ ସଚେତନତା କାର୍ଯ୍ୟକ୍ରମ ।
ପିଏମ୍-ଜନମନ ସଚେତନତା କାର୍ଯ୍ୟକ୍ରମ । ଗଜପତି (ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସୌରା ଉନ୍ନୟନ ସଂସ୍ଥା,ଚନ୍ଦ୍ରଗିରି ଓ ବିଭିନ୍ନ ସରକାରୀ ବିଭାଗର…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ.. ଗଜପତି(ମନୋଜ ପାଢୀ/ ୨୫/୧୦/୨୪ ଗଜପତି ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ପ୍ରସ୍ତୁତି…