କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଓ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଓ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଫୁଲବାଣୀ ବ୍ଲକ କେରେଡ଼ି ଗ୍ରାମ ରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଓ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ସି ଆରସିସି ଶ୍ରୀ ସତ୍ୟଜିତ ବେହେରା ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ରଞ୍ଜନ କୁମାର କହଁର ,ବକ୍ତା ଭାବେ ସ୍କୁଲ ର ପ୍ରଧାନ ଶିକ୍ଷକ ତାରା ପ୍ରସାଦ ମିଶ୍ର , ସମ୍ମାନୀତ ଭାବେ ଅର୍ଜୁନ ପରମଗୁରୁ , ନାଏବ ସରପଞ୍ଚ ଶ୍ରୀ ପ୍ରମୁଖ ଖମାରୀ, ସ୍କୁଲ ସଭାପତି ସୁରଜ କୁମାର ଦିଗାଲ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ 8 ଗୋଟି ବିଦ୍ୟାଳୟ ର ଯୋଗଦେଇଥିବା ବେଳେ ଏଠାରେ ପ୍ରଥମେ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ସୁବାସ ଚନ୍ଦ୍ର ବୋଷ ଙ୍କୁ ପୁଷ୍ପ ମାଲ୍ୟ ଦେଇ ଉନ୍ମୋଚନ କରାଯାଇଥିଲା ଏବଂ ଶିକ୍ଷକ ମାନଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପିତାମାତା ଗୋଷ୍ଠୀ ଙ୍କ ଦ୍ଵାରା ଘରେ ଓ ପରିବେଶରେ ଉପଲବ୍ଧ ଶିକ୍ଷଣ ସାମଗ୍ରୀ ମାଧ୍ୟମରେ ପାଠ ପ୍ରତି ଆକର୍ଷଣ କରିବା ଏବଂ ଶିକ୍ଷାର ଅଭିବୃଦ୍ଧି କରାଇ ମୌଳିକ ସାରକ୍ଷଣ ଓ ସଂଖ୍ୟାଜ୍ଞାନ ଆଣିବା ଉଦ୍ଧେଶ୍ୟ ରେ ଅନୁଷ୍ଠିତ ହୋଇଥିଲା ଏବଂ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମନେ ଏଫ ଏଲ ଏନ ଉପକରଣ, ସୃଜନାତ୍ମକ ଓ ମତାମତ କୁ ନେଇ 4 ଟି ଷ୍ଟଲ କରାଯିବା ସହ ନିପୁଣ ଓଡିଶା ର ଲୋଗୋ, ସଂଗୀତ, ଉନ୍ମୋଚନ ସହ ଶପଥ ପାଠ କରାଯାଇଥିଲା । ଏଥିରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ପ୍ରତାପ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଶିକ୍ଷକ ରବୀନ୍ଦ୍ର କୁମାର ଦିଗାଲ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

Leave a Reply

Your email address will not be published. Required fields are marked *